STORYMIRROR

ASHIS KUMAR SWAIN33

Crime

4  

ASHIS KUMAR SWAIN33

Crime

ନଗ୍ନ ଚାହାଣୀ

ନଗ୍ନ ଚାହାଣୀ

1 min
48


ନିଷିଦ୍ଧ ନିଶିଥର ବହଳ ଅନ୍ଧାରେ,

ଶୁଭେ ଯେବେ ଶ୍ଵାନ ଶୃଗାଳର କର୍କଶ ରଡି !!

ଅବରୋଧ ଭାଙ୍ଗି ଅବକାଶ ଯିବାବେଳେ,

ଛାଡ଼ିଦେଇ ଯାଏ ସେ ପୁରୁଣା ଅବାଞ୍ଛିତ ଘଡି।।


କୁତ୍ସିତ ବାସନାରେ ଉଡ଼େ ଯେବେ

ସମ୍ଭ୍ରମ ପରିଗୁଣ୍ଠିତ ଓଢ଼ଣୀ !!

ବିବସନ ଆତ୍ମାରୋଦନେ ବ୍ୟଥିତ,

ନିଭୃତ କୋଠରୀ ଚାହିଁଥାଏ ନଗ୍ନ ଚାହାଣୀ।।


ଅଶ୍ରୁ ତର୍ପଣେ ଭିଜୁଥାଏ ଅଧର,

ବୁକୁ ଉହାଡେ ଉଦିତ ଅଜଣା ଭୟ !

ସଶରୀର ଧାରୀ ପିଶାଚ ଭିଡେ,

ପରାଭୂତ ଅଳସୀ ବଞ୍ଚାଇବାକୁ ନିଜ ପରିଚୟ।।


ନିର୍ଜନ ହୁଏ ଯେହ୍ନେ ବେଳାଭୂମି

ପ୍ରଣୟ ପ୍ରଭାସ ତେଜି !!

ହିଂସ୍ରଜନ୍ତୁ ନିର୍ବିଘ୍ନେ ବିଚରନ୍ତି,

କରିବାକୁ କଅଁଳ ଦେହର ମାଂସ ଭୋଜି।।


ସ୍ଵପ୍ନାଭିର ମୁକ୍ତ ବିହଙ୍ଗ ବନ୍ଦିନୀ 

ପ୍ରପଞ୍ଚ ସୌଦାଗରର ମାୟାଜାଲେ !!

ପାଂଶୁକ ପାଂଶୁର କାଳିମା ତଳେ,

କଳ୍ପନାର ଜିଗୀଷା ତିଳତିଳ ହୋଇ ଜଳେ ।।


ଝିଙ୍କାରୀର ଝିଂ ଝିଂ ଶବଦେ,

ବଢେ ଯେବେ ଶୀତଳ ତନ୍ଦ୍ରାର ତାତି !!

ଭଦ୍ରତାର ବର୍ଣ୍ଣାଢ଼୍ୟ ଆବରଣ ଆଡେଇ,

ଘୁରିବୁଲେ ନଗ୍ନ ନିର୍ନିମେଷ କ୍ରୁର ଆଖି ।।


ଦେହ ବିଦେହର ନଗ୍ନ ଚିତ୍ରକଳ୍ପେ

ଅସଜଡା ଗଳିର ସଂକୀର୍ଣ୍ଣ ରାସ୍ତା ଧୂମାଳ !!

ଚେତନା ଅବଚେତନାର ଅଭିଗମ ଗୃହେ,

ଅବ୍ୟାହତି ଅପେକ୍ଷାରେ ଅଵଜ୍ଞାତ କଙ୍କାଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime