ଗଛଟିଏ ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ତୁମର ପରମ ମିତଟିଏ
ତୁମ ଚାରିପାଖେ ଜାତି ଭାଇ ସଙ୍ଗେ
ସଦା ଉପକାରେ ଲାଗିଥାଏ ।
ମୋର ଫୁଲ ଫଳ ପତ୍ର କାଠ
ତୁମ ପାଇଁ ରୋଜଗାର ବାଟ
ମୋ ପାଇଁ ଧରାକୁ ଆସଇ ବରଷା
କରଇ ହରଣ ଗ୍ରୀଷ୍ମକଷ୍ଟ ।
ବିଷାକ୍ତବାଷ୍ପକୁ ଶୋଷି ନିତି
ବିଶୁଦ୍ଧ କରଇ ପରା କ୍ଷିତି
ଭରି ଅମ୍ଳଜାନ ବାୟୁ ଭାରସାମ୍ୟ
ରକ୍ଷା କରିବାରେ ଥାଏ ମତି ।
ମୋ ଦେହୁ ଔଷଧ ସଂଗୃହୀତ
ହେବାକୁ ସାହାଯ୍ୟ ରୋଗମୁକ୍ତ
ଆୟୁର୍ବେଦ ଶାସ୍ତ୍ରେ ନାନା ବନସ୍ପତି
ବିଷୟରେ ହୋଇଛି ଲିଖିତ ।
ଦେଇ ଖାଦ୍ୟ ବାସ ବାସ ବାସ
ସବୁରି ମୁଖେ ଫୁଟାଏ ହସ
ହେଲେ ପ୍ରତିଦାନ କିଛି ବି ନ ଚାହିଁ
ବନ୍ଧୁତାରେ ସଦା ଥାଏ ତୋଷ ।
କଲେ ବି ଛେଦନ ସ୍ବାର୍ଥ ପାଇଁ
ଛନଛନ ହୋଇ କଅଁଳଇ
ରାଗରୁଷା କେବେ ନଥାଏ କା’ଠାରେ
ସମ୍ପର୍କର ମୂଲ୍ୟ ବୁଝିଥାଇ ।
ଈଶ୍ବର ମୋଠାରେ ଏହି ଗୁଣ
ଭରିଛନ୍ତି ବୋଲି ସର୍ବେ ଜାଣ
ଧରଣୀ ହସଇ ତେଣୁ ସେଥିପାଇଁ
ନସୁଝି ପାରନ୍ତି କେ ମୋ ଋଣ ।।
