STORYMIRROR

SAGARIKA DASH

Crime

4  

SAGARIKA DASH

Crime

ବର୍ବର

ବର୍ବର

1 min
275


ଭୁଲ ନାହିଁ ମୋର

ହେଲେ ବି ପାଇଲି ଦଣ୍ଡ

ପାଷାଣ ସଜାଇ

ବର୍ବର ଯେ ହୋଇ

କରିଦେଲ ଏତେ କାଣ୍ଡ ।

ଏ ଦେଶର ନାରୀ

କେତେ ଯେ ସହିବ

ରାକ୍ଷସ ନର କୁ

କିଏ ଶାସ୍ତି ଦେବ

ଜିହ୍ବା ଛେଦି ମୋର

ଶ୍ବାସ ରୁଦ୍ଧ କଲ

ପରଲୋକେ ଆତ୍ମା

ହେବ କଲବଲ

ପୋଡିଯାଉ ସବୁ

ଶାସନ ବ୍ଯବସ୍ଥା

ପୋଡିଯାଉ ସବୁ

ନାରୀ ପୂଜା ପ୍ରଥା

କେତେ ଯେ ମନୀଷା

ଜୀବନ ହାରିବେ

କେତେ ଯେ ପ୍ରିୟଙ୍କା

ଜଳିପୋଡି ଯିବେ

କେତେ ଯେ ନିର୍ଭୟା

କାହିଁ ହଜିଯିବେ

କେତେ ଆଉ ନାରୀ

ନିର୍ଯ୍ୟାତିତା ହେବେ

ଦୁଷ୍କର୍ମ କାଣ୍ଡର

ଅନ୍ତ ଯେ ଘଟିବ

ରାକ୍ଷସ ମଣିଷ

ମଶାଣି କୁ ଯିବ

ନାରୀ ହେବା ଖାଲି

ହେଲା ଅପରାଧ

ଶକ୍ତି ରୂପେ ଜନ୍ମି

କରିବି ରେ ବଦ୍ଧ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SAGARIKA DASH

ବର୍ବର

ବର୍ବର

1 min ପଢ଼ନ୍ତୁ

Similar oriya poem from Crime