ନିଜ ନିଆଁ
ନିଜ ନିଆଁ
ହା ହା ହା ଅଟ୍ଟହାସ୍ୟ ଶୁଭୁଛି
ସେ ପୁଣି ଗଗନ ର
ଆକ୍ଷେପ କରି ଧରିତ୍ରୀ କୁ
କେତେ ଆଉ ସହିବୁ
ନିଜ ନିଆଁ କୁ ଅଣ୍ଟିରେ ରଖି
ଜଳାଇଲୁ ଏ ମହାନ ସୃଷ୍ଟିକୁ
ତଥାପି ତୋ ନିର୍ଲଜ ସନ୍ତାନ
ହେଉନି ତ ଚେତନା ଜାଗ୍ରତ
ଅକୃତଜ୍ଞ ଏ ମନୁଷ୍ୟ
ପାପ ମିଛ ପ୍ରତାରଣା ଅନ୍ୟାୟ ଦୁର୍ନୀତି କୁ
ଜାବୁଡି ଆଜି ସେ ପଥ ଭ୍ରଷ୍ଟ ।
ଛିଣ୍ଡି ଯାଇଛି ଅଜି ସମ୍ପର୍କର ସୂତା ଖିଅ
ଲିଭି ଯାଇଛି ମଣିଷତ୍ତ୍ଵ।
ଅଣନିଶ୍ବାସୀ କରିଚାଲିଛି କୁଢ କୁଢ ଶବ ର ବାସ୍ନା।
ଗାଡ଼ି ଘୋଡା କଳ କାରଖାନା
ନିସ୍ତବ୍ଧ ଆଉ ନିରବ।
ଡ଼ହଳ ବିକଳିତ ଚିତ୍କାର
ରେ ଭାସି ଆସୁଛନ୍ତି
ପଶୁ ପକ୍ଷୀ କୀଟ ଓ ପତଂଗ।
ସତରେ କଣ କରୋନା ର ଏ କରାଳ ଚେହେରା
ବଦଳାଇ ଦେବ
ଏ ବିଭ୍ରାନ୍ତ ମସ୍ତିସ୍କ ଧାରୀ ମଣିଷ ର ହୃଦୟ କୁ ?
ସତରେ କଣ ଏ ମଣିଷ
ଓହରି ଆସିବ ସେ କଳୁଷିତ ସମାଜରୁ ?
ଫେରି ଆସିବ
ସେ ମିଥ୍ୟା ର ଅଙ୍କା ବଙ୍କା ରାସ୍ତା ରୁ ?
ତାହା ହିଁ ହେଉ ମହାବାହୁ
ସନ୍ତାନ ହରା ରୁ ରଖ୍ୟା ପାଉ
ଏ ମାଟି ମାଆ।