STORYMIRROR

Lovabati Das

Romance

3  

Lovabati Das

Romance

ନିଆରା ବାସ୍ନା

ନିଆରା ବାସ୍ନା

1 min
212

ସ୍ୱପ୍ନ ଯେବେ ବାସ୍ତବତାର ରୂପ ନେଇ

 ପହଞ୍ଚେ ହାତ ପାଆନ୍ତାରେ

 ଚଳଚଞ୍ଚଳ ହୋଇଉଠେ

 ନିସ୍ତବ୍ଧ ହୃଦୟ । 

ପତ୍ରଝଡା ଗଛରେ କଅଁଳି ଉଠେ ପତ୍ର। 

ମନରେ ଖେଳିଯାଏ ଅକୁହା ପୁଲକ । 

ହଠାତ୍ ଯେମିତି ଝାଞ୍ଜି ପବନଟା 

 ବସନ୍ତର ମଳୟ ହୋଇ ବହିଯାଏ।

 ଫିକା ଫଗୁଣ ବି ହୋଲି ଢାଳି 

 ରଙ୍ଗାୟିତ କରେ ଦେହର ରଙ୍ଗ।  

ସତେ ଯେମିତି ଗଙ୍ଗଶିଉଳୀ 

ଫୁଟି ଉଠୁଛି ଦିନ ଆଲୋକରେ। 

ଖରାପ ଶବ୍ଦ ମାନେ ବି

 ଭଲ ହୋଇ ମନକୁ ବୁଝେଇ ଦିଅନ୍ତି। 

ହଜିଯାଉଥିବା ଜୁଆର ବି 

 ଫେରିଆସି ଛୁଇଁଯାଏ ମନର ଇଲାକା।

 ସେ ସ୍ୱପ୍ନଟା

 ପ୍ରେମର ପ୍ରତିଛବି ହେଉ

 ଅବା ଲକ୍ଷ୍ୟସ୍ଥଳର ଶେଷ ପାହାଚ। 

ସତରେ, 

ସ୍ୱପ୍ନ ବାସ୍ତବତାର ବାସ୍ନା

 ନିହାତି ନିଆରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance