STORYMIRROR

Lovabati Das

Others

3  

Lovabati Das

Others

ଉପହାର ଲୁହର

ଉପହାର ଲୁହର

1 min
172

ଚମତ୍କାରିତାର ଦରଜା ଖୋଲି

 ହସ ଆଉ ଲୁହକୁ ଉପହାର ସ୍ୱରୂପ 

ଧରେଇ ଦେଇ ମୋ ହାତରେ 

ଚାହିଁ ରହିଥିଲ ସେଦିନ 

ହସ ଆଉ ଲୁହ ମିଶା ଛଳଛଳ ଆଖିରେ..। 

ହଠାତ୍ ଯେମିତି ଝରିପଡିଲା

 ବାସ୍ନାବିଭୋର ସେ ଝରାଫୁଲର ପାଖୁଡା ସବୁ। 

ଛୁଇଁଗଲା ନୂଆ କିଛି ଶୀହରଣ 

ହୃଦୟର କୋଣାନୁକୋଣକୁ।

 ନାଚି ଉଠିଲା ମନର ମୟୂର

 ସତେ ଯେମିତି ତୁମେ କଳାମେଘ।

 ଫୁଟିଉଠିଲେ ସେ ଅର୍ଦ୍ଧ ପ୍ରସ୍ଫୁଟିତ ଫୁଲମାନେ।

 ମହକି ଯାଉଥିଲା

 ଆମେ ଏକାଠି ହୋଇଥିବା ଜାଗା ବି 

ପ୍ରଥମ ବର୍ଷାର ମାଟି ବାସ୍ନା ପରି। 

ହେଲେ ସେତେବେଳକୁ ଭିଜିସାରିଥିଲେ ଆମେ ଦୁହେଁ 

ପରସ୍ପରରଙ୍କ ଆଖିର ଲୁହରେ । 

ଅପେକ୍ଷାର ଅନ୍ତ ଘଟିଥିଲେ ବି

ଆମେ ଦୁହେଁ ହୋଇସାରିଥିଲେ ଆଉ କାହାର

 ଇଚ୍ଛାକୁ ମନ ତଳେ ସମାଧି ଦେଇ

 ଆଲିଙ୍ଗନ ବି କରିପାରିଲିନି ତୁମକୁ ।

 ମନ ଭିତରୁ ଚିତ୍କାର ଶୁଭୁଥିଲା

 ତୁମେ ଫେରିଯାଅ ତୁମେ ଫେରିଯାଅ 

ତୁମ ବର୍ତ୍ତମାନକୁ ଆଉ ମୁଁ ବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍