STORYMIRROR

Lovabati Das

Others

3  

Lovabati Das

Others

ବାପା

ବାପା

1 min
240

ମୋ ସୃଷ୍ଟି ର ସ୍ରଷ୍ଟା ତୁମେ 

ଚଳନ୍ତି ପ୍ରତିମା

ତୁମରି ଆଶିଷେ ଉଜ୍ଜ୍ବଳିତ 

ମୋର ଏ ଦୂନିଆଁ । 


ତୁମେ ଯେ କରିଛ ମୋତେ 

ବୀଜ ରୁ ବିଶାଳ

ଦୂନିଆଁରେ ନାହିଁ କେହି

ତୁମରି ବିକଳ୍ପ। 


ତୁମ ପରି ନିଃସ୍ବାର୍ଥ ପ୍ରେମ 

ମିଳିବ ଯେ କାହୁଁ 

ତୁମ ପରି ଅଳି ଅଝଟ

 ସହିବ କେ ଆଉ। 


ମୋ ପାଇଁ ଦେଖିଛ ସ୍ବପ୍ନ 

ନିଦ ତୁମ ହଜେଇ

ମୋ ଓଠେ ଦେଇଛ ହସ 

ନିଜେ ଲୁହ ପିଇ। 


ସଂସାାରରେ ବାପା

ନୁହେଁ ଏକ ଶବ୍ଦ 

ଯୁଗେ ଯୁଗେ ସେ ଆମ 

ଅମୂଲ୍ୟ ସମ୍ପଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍