ଅଫେରା ବସନ୍ତ
ଅଫେରା ବସନ୍ତ
ବସନ୍ତ ର ମଳୟ
ଆଜିବି ବହି ଯାଉଛି
ମୋ ହୃଦୟର ଇଲାକାରେ
ହେଲେ
ମୋ ଠୁ ମୋତେ
ଚୋରି ହେଲାପରେ
ପାଲଟିଛି ମୁଁ ଯେମିତି
ଏକ ହାତ ଗଢା ମାଟିର ମଣିଷ।
ନା ଅଛି ଆତ୍ମା
ନା ଅଛି ହୃଦୟ ର ସ୍ପନ୍ଦନ ।
କେବଳ ଢାଙ୍କି ରହିଛି
ରଂଗ ବୋଳା ଚର୍ମ ର ପ୍ରତିମୂର୍ତ୍ତି ।
ତଥାପି ଅପେକ୍ଷାରତ
କେଇପଦ କଥାକୁ
ହୁଏତ ମୂର୍ତ୍ତି ବି
ପାଇପାରେ ଜୀବଦାନ।
ହେଲେ ଅଫେରା ବସନ୍ତର
ସେ ବୋଧେ ରାଜ କୁମାର ।

