STORYMIRROR

Basanti Pattnaik

Romance

3  

Basanti Pattnaik

Romance

ତୃଷ୍ଣା

ତୃଷ୍ଣା

1 min
236

    ମୁଁ ଆଜି ଥୁଣ୍ଟା ଗଛଟିଏ

           ‌‌‌ମୋ ଶରୀରରେ ନାହିଁ ମାଦକତା

  ମୋ ଲାସ୍ୟ ବଦଳରେ ନାହିଁ 

            ହାସ୍ୟ ର ଧାରା

  ବହୁ ନାହିଁ ଏଠି ମୋ ଶରୀରରେ

            ଫଲ୍ଗୁ ର ବାରି ଧାରା

        ମୁଁ ଆଜି ଥୁଣ୍ଟା ଗଛଟିଏ

              ଥେଣ୍ଟା ହୋଇ ଚାହିଁ ରହିଛି

         ମୋର ଅସ୍ଥି ମଜ୍ଜା କଳଙ୍କି ଲାଗି 

               ଢିଲା ପଡ଼ିଛି

      ତଥାପି ତୁମକୁ ଜଳକା ହୋଇ 

         ଚାତକ ସାଜି ଚାହିଁ  ରହିଛି

             ମୁଁ ଆଜି ଥୁଣ୍ଟା ଗଛଟିଏ

     ‌‌‌‌‌‌              ହେ ତୁମେ ଛୁପି ଛୁପି ଆସ

              ମୋ ମୂଳରେ ପାଣି ଟିକେ ଦିଅ

          ମୋର ଶରୀରେ ଉଦ୍ଦାମତା ଭରିଦିଅ

                ମୁଁ ପୁଣି ସଜହୋଇ ଉଠିବି

        ବସନ୍ତ ରେ ଢେଉ ଭାଙ୍ଗି ଖେଳିବି

              ତୁମରି କାଉଁରୀ ସ୍ପର୍ଶରେ

                    ମୁଁ ହେବି ତରଙ୍ଗାୟିତ

       ଜ‌ଉବନ ର ଲହରୀ ଭାଙ୍ଗିବ

                    ମୋ ଶରୀରେ ଖେଳିବ

      ତୁମେ ମୁଁ ଛୁପି ଛୁପି ମିଶିବା

              ହାତକୁ ଛନ୍ଦି ସମୁଦ୍ର କୂଳେ ବୁଲିବା

        ମୋ ଆକ୍ଷିର ମନ୍ଦ ମନ୍ଦ ଭାଷା

            ଇଙ୍ଗିତ କରୁଛି କପାଳର କୁଞ୍ଚିତ ରେଖା      

   ମୋର ଶରୀରର ଢିଲା ପଣ

    ‌             ଆଖୀ ମିଟିକା ମାରି ହସୁଛି

        ହେ ପ୍ରିୟତମ ଛୁପିଛୁପି 

                ମୋ ପାଖକୁ ଚାଲି ଆସ

           ପ୍ରିୟା କୁ ତୁମର କୋଳେଇ ନେଇ

                 ସପ୍ତରଙ୍ଗରେ ଲିପିଣ ଦିଅ।


   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance