STORYMIRROR

Md Hanif

Romance

3  

Md Hanif

Romance

ରଙ୍ଗ ତୂଳୀ

ରଙ୍ଗ ତୂଳୀ

1 min
322


ମୁଁ ଚିତ୍ରକର ନୁହେଁ,

ତଥାପି ତୁମରି ପାଇଁ ତୁଳୀ ଧରିଛି,

କେବଳ ତୁମ ଛବି ଆଙ୍କିବା ପାଇଁ

ଦୂର ଆକାଶରେ ଥିବା ଜହ୍ନଠାରୁ

ଜୋତ୍ସନା ମାଗି ସାଇତି ରଖିଛି,

ଆଉ ଇନ୍ଦ୍ରଧନୁ ଠୁଁ ସାତ ରଙ୍ଗ 

ଚୋରେଇ ଆଣିଛି ,

ପଲକରେ ସାଇତା ଥିବା

ତୁମ ଲାବଣ୍ୟବତୀ ଚେହେରାକୁ

ସାଧା କାଗଜରେ ଆଙ୍କିବାକୁ 

ଆଦମ୍ୟ ପ୍ରୟାସ ମୋର ବସା ବାନ୍ଧିଛି,

ଅନେକ ଦିନୁ ଆଶା ଆଜି ପୁରଣ 

ହେବାକୁ ଯାଉଛି,

ବିମୋହିତ ହୋଇଥିବା 

ପ୍ରଥମ ଦେଖାର ସେଇ ନୀଳ ଆଖି 

ଠାରୁ ଆଙ୍କି ଚାଲିବି ରାଜହଂସୀ ପାଦର ନଖ ଯାଏଁ,

କିନ୍ତୁ

ମେଘ ଖଣ୍ଡ ମାନେ ନୀରବ ଶୋଭା ଯାତ୍ରାରେ

 ସଜବାଜ ଆକାଶରେ 

ଏବେ ସେମାନେ ଇର୍ଷାରେ

ଜହ୍ନର ଜୋତ୍ସନା ମଉଳି ଗଲାଣି

ଅଧା ରହିଗଲା ମୋ ପ୍ରିୟାର ଛବି

ତୂଳୀରୁ ରଙ୍ଗ ବଦଳେ ଝରୁଛି 

ଠୋପା ଠୋପା ଲୁହ,,,,,!!



Rate this content
Log in

Similar oriya poem from Romance