STORYMIRROR

Md Hanif

Others

3  

Md Hanif

Others

ସ୍ଵାଧୀନତା

ସ୍ଵାଧୀନତା

1 min
182

ସ୍ଵାଧୀନତା ଶବ୍ଦଟି ଭାରି ମଧୁମୟ 

ଶୁଣିବାକୁ ବହୁତ ଆନନ୍ଦ ଲାଗେ 

ଏଇଥି ପାଇଁ ସକାରାତ୍ମକ ଓ ଏକାଗ୍ରତା ଚିନ୍ତା 

ଧାରାରେ ପରିପୂର୍ଣ୍ଣ।। 

ସ୍ଵାଧୀନତା ଶବ୍ଦଟି ତୁଣ୍ଡରୁ ବାହାରିଲେ 

ମନରେ ଶିହରଣ ଖେଳିଯାଏ ,

ମନେ ପଡ଼ନ୍ତି ଅନେକ ଭାରତର ବୀରସନ୍ତାନ, ମହାପୁରୁଷ , ସଂଗ୍ରାମୀ ।।

ସେମାନଙ୍କର ଶତ ଶତ ବର୍ଷର ଲୋମ ଟାଙ୍କୁରା ସଂଗ୍ରାମ 

ତ୍ୟାଗ ଓ ବଳିଦାନକୁ ମନେ ପକାଇଲେ ଆଜି ବି ଆଖିରେ ଲୁହ ଜାକେଇ ଆସେ ।।

କେତେ ଯେ ବେତର ନିର୍ମମ ପ୍ରହାର ,

କେତେ ଯେ ଲହୁ ଲୁହାଣ ଶରୀରର ଅସହ୍ୟ ବେଦନା 

କେତେ ଯେ ହସି ହସି ଗୁଳି ଖାଇବାର ଅଦମ୍ୟ ସାହସିକତା ଅନ୍ୟ କିଛି ନୁହେଁ, ସ୍ଵପ୍ନ ଥିଲା କେବଳ ସ୍ଵାଧୀନତା ପାଇଁ ।।

ବହୁ ପ୍ରତିକ୍ଷିତ ପରେ ମିଳିଥିଲା ସ୍ଵାଧୀନତା 

ସ୍ଵାଧୀନତାର ଅର୍ଥ ନୁହେଁ ଅରାଜକତା, 

ସ୍ଵାଧୀନତାର ଅର୍ଥ ନୁହେଁ ଅସାମାଜିକତା

ସ୍ଵାଧୀନତାର ଅର୍ଥ ନୁହେଁ ଅନ୍ୟାୟ ପ୍ରତି ନିରବତା 

ସ୍ଵାଧୀନତାର ଅର୍ଥ ନୁହେଁ ଅଶାଳୀନତ , 

ସ୍ଵାଧୀନତାର ଅର୍ଥ ନୁହେଁ ଅନୈତିକତା 

ସ୍ଵାଧୀନତାର ଅର୍ଥ ନୁହେଁ କାମୁକତା ।।

ମହା କାବ୍ୟକାରଙ୍କର ଲେଖନୀରୁ ପ୍ରସ୍ଫୁଟିତ ହୋଇଛି ସ୍ଵାଧୀନତା ତାର ସୁନ୍ଦର ଅର୍ଥ କିନ୍ତୁ ଉଚ୍ଚ ଶିକ୍ଷିତ ସଭ୍ୟ ସମାଜ ପରିବର୍ତ୍ତନର ଆଢୁଆଳରେ ଗତି କରିଛି 

ସ୍ଵଳ୍ପ ସ୍ଵାର୍ଥ ଲାଳସାରେ 

ହକଦାରର ହକ୍ ଝାମ୍ପି ନିଅ ,

ଲୁଟିନିଅ, ଧ୍ଵଂସ କର ଆହୁରି କେତେ କ'ଣ? 

ମହାପୁରୁଷଙ୍କର କ'ଣ ଏହା ସ୍ଵପ୍ନ ଥିଲା? 

ଆମକୁ ଆଜି ତ୍ରିରଙ୍ଗା ପତାକା 

ତଳେ ଏକତ୍ରିତ ହୋଇ 

ଶପଥ କରିବାକୁ ପଡ଼ିବ। 

କଳୁଷିତ ଆଧୁନିକତାର

ପ୍ରତିଯୋଗିତାରେ ପୂର୍ଣ୍ଣଛେଦ ପକାଇବା 

ସୁନ୍ଦର ସମାଜ ଗଢିବା... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍