STORYMIRROR

Md Hanif

Others

4  

Md Hanif

Others

ବାପା

ବାପା

1 min
269


ବାପା, ଶବ୍ଦରେ 

ମାଧୁର୍ଯ୍ୟ ଅଛି 

ସୌନ୍ଦର୍ଯ୍ୟ ଅଛି 

ଲୁଚିଛି ଆତ୍ମୀୟତାର ଠିକଣା। 

ବାପାଙ୍କ ପାଇଁ ମୁଁ ପରିଚିତ ପୃଥିବୀରୁ ଆକାଶ ଯାଏଁ... ।

ତାଙ୍କ ଆଦର୍ଶ ବାସ୍ନାରେ..

ମୁଁ କୁନି କୁନି ପାଦରେ ..

ପୃଥିବୀ

ଛାତିକୁ

କୋମଳ ସ୍ପର୍ଶ ଦେଇ 

ତାଙ୍କ 

ହାତକୁ ଯାବୁଡ଼ି ଧରି ଚାଲି ଶିଖି ଏବେ ବି ଚାଲୁଛି... ।

ଯୋଗାନ୍ତି ସେ 

ପେଟକୁ ଦାନା, 

ପିଠିକୁ କନା 

ଆଉ 

ମନଖୋଲା ଅଳି-ଅର୍ଦ୍ଦଳି 

ଯେତେ ହେଲେ 

ବି 

ତାଙ୍କର ନିର୍ଭେଜାଲ୍ ପ୍ରତିଶ୍ରୁତି, 

ମହାନତା ଓ ସମବେଦନା ଆଗରେ ପରାଜିତ...।

ବାପା, ଙ୍କୁ ଚିଠି "ବାପା" ଶବ୍ଦରୁ ଆରମ୍ଭ କରି 

ରହିଲି "ବାପା'ରୁ ଶେଷ କରେ...।

ବିଦେଶ ରୁ ଯେବେ ଫେରନ୍ତି 

ଖୁସିର ଲହରୀ ଖେଳି ଯାଏ ସ୍ପନ୍ଦନ ବେଳା ଭୂମିରେ...।

ଯାନିଯାତରେ 

ଦାମୀ ଖେଳଣା ସବୁ ଲାଗନ୍ତି କମ୍ ଦାମୀ ଓ ନିଜର... ।

ପାଖେ ଥିଲେ ସେ 

ଅଦମ୍ୟ ସାହସର

ମୂର୍ଚ୍ଛନା ଗୁଞ୍ଜରିତ ହୁଅନ୍ତି ଶିରା ପ୍ରଶିରାରେ ,

ଦୁନିଆର ତତଲା ଦୁଃଖ ଯନ୍ତ୍ରଣା ସବୁ ପଳାତକ... ।

ସେ ନାଉରିଆ ସାଜି ଦଣ୍ଡାୟମାନ ଆଜି ମୋ ଜୀବନ ନଉକାରେ....। 

ତାଙ୍କ କର୍କଶ ସ୍ଵର ଓ ବଙ୍କୁଲୀ ବାଡ଼ି ଉଠା ଦେଖି ଚପଳାମୀ, ଦୁଷ୍ଟାମିରେ ପୂର୍ଣ୍ଣଛେଦ, 

ମୁଁ ମଣିଷରୁ ଭଲ ମଣିଷ ...। 

ପିଲାବେଳ ଅଳିକୁ ମନେ ପକାଇ ପଚାରେ ଏବେ

ବାପା କ'ଣ ଦରକାର କୁହ? 

ସେଇ ଗୋଟିଏ ଉତ୍ତର ପାଏ ମୁଁ 

ମୋର କିଛି ଦରକାର ନାହିଁ :

"ତୁ ଭଲରେ ଥା, 

ତୋ' ସଂସାର ଭଲରେ ଥାଉ

ମୋ ପାଖରେ ତୁ ସଦା ଥା " 

ଭାବବିହ୍ଵଳ ହୋଇ ଉଠେ ମାନସପଟ 

ଛଳ ଛଳ ଲୁହର ଜୁଆର ଯୁଗଳ ନୟନେ... ।

ବାପାଙ୍କ ଠାରେ ଆଜି ବି ମୁଁ ଋଣୀ..ଚିର ଋଣୀ ରହିବି ବଞ୍ଚିଥିବା ପର୍ଯ୍ୟନ୍ତ... !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍