ପ୍ରିୟା କୁ ଚିଠି
ପ୍ରିୟା କୁ ଚିଠି
ହେ ପ୍ରିୟା,
ମୁଁ ବାଧ୍ୟ ହୋଇଛି ,
ଚିଠି ଖଣ୍ଡେ ଲେଖିବାକୁ ।
ଆଜି ତୁମେ ଭାରି ମନେ ପଡ଼ଅତୀତର ସ୍ମୃତି ସବୁ
ଅତିଥି ହୋଇ ଦଣ୍ଡାୟମାନ
ମୋ ଯୁଗଳ ନୟନ ସାମ୍ନାରେ ।
ମାନ ଅଭିମାନ ର କାହାଣୀ
ସବୁ ଯୁଗଳ ହୋଇ ଲେଖିଥିଲୁ
ଖୋଲାଆକାଶ ତଳେ
ଜହ୍ନର ଫିକା ଫିକା ଜୋତ୍ସନାରେ ।
ତୁମେ ଛପି ଛପି ଆସି
ମଧୁମୟ ସ୍ପର୍ଶ ଦେଇଥିଲ
ମୋର ବାହୁକୁ ।
ନୀରବତାର ଭଗ୍ନ ପରେ
ଟିକେ ଚାହିଁଥିଲି
ସୁନାବୋଳା ଦେହକୁ,
ଲାଜ ଜୁଡ଼ୁବୁଡ଼ୁ ଦୁଇ ଓଠରେ
ହସର ଜୁଆର କୁ ଅତି
ନିକଟରେ ପାଇ ।
ଯାହା ଅପେକ୍ଷାରେ ଥିଲି
ବର୍ଷ ବର୍ଷରୁ ,
କାହିଁ କେଜାଣି ଠୋ ଠୋ
ଗୁଞ୍ଜରଣ ହୋଇଥିଲା
ମାଳ ମାଳ ପବନମାନଙ୍କର
ହୃଦସ୍ପନ୍ଦନ ।
ତୁମେ ଗଲାପରେ
ଆଉ ମଳୟ ବୋହୁନି ,
କୋଇଲି ଗୀତ ଗାଉନି,
ଜହ୍ନ ବି ଜୋତ୍ସନା ଢାଳୁନି,
ଖାଦ୍ୟ ସ୍ଵାଦହୀନ ଲାଗୁଛି ।
ଦୁନିଆଟା ଖାଲି ଫିକା ଫିକା,
ତୁମରି ଅପେକ୍ଷାରେ ବସିଛି
ଚାତକ ପକ୍ଷୀ ପରି ,
ଛଳ ଛଳ ନୟନର
ଦୁଇ ଧାର ସହ
କଲମର ଦୁଇଟି ଗାର
ଦୁଇ ଟି ଅକ୍ଷର ରେ ରହୁଛି
ଇତି ଲେଖି ।