Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Md Hanif

Fantasy

4.2  

Md Hanif

Fantasy

ଶୀତ

ଶୀତ

1 min
378


ଶୀତଳ ପବନ କୁହୁଡ଼ି କୁ ଧରି 

ନଇଁ ନଇଁ ଆସେ ଶୀତ

ଘାସ ଗାଲିଚାରେ ଶିଶିରକୁ ଦେଖି

ସୁରୁଜ ଗାଉଛି ଗୀତ ।


ଶୀତ ଶିହରଣେ ଖେଳିଯାଏ ସବୁ

ବାଡ଼ି ,ଦାଣ୍ଡ ଓ ଦୁଆର

ପିଆଜ ଧରି ମୁଁ ଦୁରେଇ ବସିଛି 

ପଖାଳକୁ ଦେଖି ଡର ।


ଅଜା ବସିଛନ୍ତି କଅଁଳ ଖରାରେ

ଚାହା କପ୍ ଟିକୁ ଧରି

ଖବର କାଗଜେ ବୁଲାନ୍ତି ଆଖିକୁ

ନକରି ଜମାରୁ ଡେରି ।


ଧରଣୀ ରାଣୀ ହଳଦୀ ଶାଢୀରେ

ଆଃ କି ସୁନ୍ଦର ଦିଶୁଛି

ଚଷାପୁଅ ଦେଖ ଦାଆଟିକୁ ଧରି

ଭୋରୁ ବିଲକୁ ଧାଇଁଛି ।


ସହରେ ଉଲବୁଣା ନେପାଳୀ ଝିଅ

ପସରା ମେଲି ବସିଛି

ରଙ୍ଗ ବେରଙ୍ଗ ଦାମୀ ପଶମ ଦେଖି

ଗରାଖ ଭିଡ଼ ଲାଗିଛି ।


ହାଡ଼ ଭଙ୍ଗା ଶୀତ ଭାଙ୍ଗେ କେତେ ମନ

ଫୁଟପାଥ ନିରୀହର

ଚିରା କନ୍ଥାରେ ପଶି ଛାଡ଼ିଯାଏ ସେ

ସ୍ମୃତିର ପରଶ ତା'ର ।


Rate this content
Log in

Similar oriya poem from Fantasy