STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା

1 min
153


ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ

ମଣି ବିମାନେ ଆସନ୍ତି ମହାପ୍ରଭୁ,

ଆହାକି ଆନନ୍ଦ (ଘୋଷା) ।।


ଘୋର ନିଦାଘର ଦାଉ  ଅସହ୍ୟ ହେ ମହାବାହୁ

ଜଳ କେଳି କରିବାକୁ   ବିଜେ କଲ ନରେନ୍ଦ୍ରକୁ

ଶୀତଳ ବାସି ଚନ୍ଦନ   ହରଇ ଆଦିତ୍ୟ ତାପ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ... ।।


ଅକ୍ଷୟ ତୃତୀୟା ତିଥି   ଚନ୍ଦନ ଜାତରେ ମାତି

ଚାପ ନନ୍ଦା, ଭଦ୍ରା କୋଳେ  ଖେଳୁଅଛ ନରେନ୍ଦ୍ରରେ 

ମାଣିକ୍ୟ ଝରା ଝଲସେ  ମନୋହର ଚନ୍ଦ୍ରାତପ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।


ବୁଡ ଚନ୍ଦନ କୁଣ୍ଡରେ  ଗ୍ରୀଷମ ଦାଉ ଜ୍ଵାଳାରେ

ମଲ୍ଲୀ, ଚମ୍ପା ସୁମ ମାଳେ  ଭୁଷିତ ତୁଳସୀ ଦଳେ 

ସଙ୍ଗେ ଜଳ କେଳି ତବ ଅଳକା ପୁରୀ ବୈଭବ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।


ପଡୁଛି ଚନ୍ଦନ ଛେରା  ବିବିଧ ଫୁଲ ଗଜରା

ବେଶ କି ଅପୂର୍ବ ଚାରୁ  ଚନ୍ଦ୍ର ଜିଣି ମହାମେରୁ

ଲୀଳାମୟ ଲୀଳା ରଙ୍ଗ   ବର୍ଣ୍ଣନା ତ ଅସମ୍ଭବ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।


ଶ୍ରୀଦେବୀ ଭୂଦେବୀ ସଙ୍ଗେ  ମଦନ ମୋହନ ବିଜେ

ରାମକୃଷ୍ପ ଙ୍କ ମେଳରେ    ପଞ୍ଚୁପାଣ୍ଡବ ଚାପରେ

ପ୍ରଶମନ କରୁଛନ୍ତି     ଏହି ଘୋର ରୌଦ୍ର ତାପ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।


ତେଲିଙ୍ଗି ବାଜା ତାଳରେ   ଦେବଦାସୀ ନୃତ୍ୟ କରେ

ଗୀତର ମଧୁର ଧ୍ଵନି    ଗୁଞ୍ଜରି ଉଠେ ଧରଣୀ

ଆଲଟ, ଚାମର, ଛତ୍ର   ଦୃଶ୍ୟ ଚିତ୍ର କି ବିଚିତ୍ର

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।


ଭଉଁରୀ ଯାତ୍ରା “ଚନ୍ଦନ  ଯାତ୍ରା” ହୁଏ ସମାପନ

ତହୁଁ ଭିତର ଚନ୍ଦନ  ପରେ ପୁନି ଦେବସ୍ନାନ

ଦରଶନେ ଦେଖିବି ମୁଁ  ମୋ ମତୁଆଲା ହସ୍ତୀ ରୂପ

ଆଜି ଚନ୍ଦନ ଯାତରା ଶୁଭ ଆରମ୍ଭ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy