STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ହସ

ହସ

1 min
223


ହସ ରେ ହସ ,

ତୋ ଠାରେ ଥାଏ କି ରସ,

ତତେ ଯିଏ ଦେଖେ ,

ହୁଏ ସେ ବଶ ।


କେତେ ପ୍ରକାର ର ,

 ଅଟୁରେ ହସ ,

ହାହା,ହିଃହିଃ,ହୁହୁ,

ସବୁଠୁ ସୁନ୍ଦର ତୋର ମୁରୁକି ହସ।


ମନର ଦୁଃଖ ଦୂର ହୁଏ,

 ଶରୀର ଆନନ୍ଦ ପାଏ,

ରାଜା ପରି ଖୋଲିକି ହସିଦେଲେ,

ହା ହା ହସ,ହା ହା ହସ ।


ବହୁ ଦିନ ପରେ ,

 ଦୁଇ ସଖୀ ଭେଟ ହେଲେ,

କିଛି ଅଭୁଲା କଥା,

 ପକେଇ ମନେ,

ହସିଥାନ୍ତି ଦୁଇ ଜଣେ,

ହିଃ ହିଃ ହସ,ହିଃ ହିଃ ହସ।


ଯେବେ ହୁଏ ଭେଟ,

 ଟାଉଟୁରିଆ ଦୁଇ,

ପର ଛିଦ୍ର କଥା କହି କହି,

ଅନ୍ୟକୁ ଟାହି ଟାପରା କରି,

ନିଜ ମୁହଁ ବନ୍ଦ କରି ,

ହସନ୍ତି ହୁ ହୁ ହସ,ହୁ ହୁ ହସ।


ଯିଏ ଦେଖେ ,ସିଏ ରସେ,

ଆଖି ହୋଇ ଯାଏ ଲାଖି,

ମନ ହୋଇ ଯାଏ ସଖୀ ,

ହୃଦୟ ହୁଏ ପୁଲକିତ,

 ମନ ହୁଏ ରୋମାଂଚିତ,

ଦେଖି ଦେଲେ ତୋର ଏହି,

ମୁରୁକି ହସ,ମୁରୁକି ହସ ।


ହସରେ ହସ ,

 ତୋ ଠାରେ ଥାଏ କି ରସ,

ତତେ ଯିଏ ଦେଖେ ,

 ସିଏ ହୋଇ ଯାଏ ବଶ,

ହୋଇ ଯାଏ ଵଶ ।


Rate this content
Log in

Similar oriya poem from Fantasy