ସୌନ୍ଦର୍ଯ୍ୟମୟ ପୃଥିବୀ
ସୌନ୍ଦର୍ଯ୍ୟମୟ ପୃଥିବୀ
କି ସୁନ୍ଦର ଆହା ଲାଗେ ଏହି ଧରା
ରହୁଥାଉ ଆମେ ଜୀବନ ସାରା
ମଥା ଉପରେ ଯେ ସୁନିଳ ଆକାଶ
ଚାହିଁଦେଲେ ଦୂର ହୁଏ ଅବକାଶ ।
ନୀଳ ଆକାଶରେ ସୁରୁଜର ମୁଖ
ସକାଳୁ ଢ଼ଳେ ସୁନେଲି ସୁରୂଜ
ରାତି ହେଲେ ସେଠି ଦିଶଇ ଜହ୍ନ
ବିମୋହିତ କରେ ସଭିଙ୍କର ମନ ।
ଆକାଶରୁ ଝଡେ ବରଷାର ଧାରା
ବର୍ଷା ନୁହେଁ ସେ ଖୁସିର ଅସରା
ଦୂର ପାହାଡ଼ରେ ବହେ ଏଠି ନଇ
କୁଳୁ କୁଳୁ ଯାଏ ସେ ଗୀତ ଗାଇ ।
ଗଛ ଡାଳେ ଶୁଭେ କୋଇଲିର ସ୍ୱର
କୁହୁକୁହୁ ତାନ ଭାରି ସୁମଧୁର
ଧନ୍ୟ ତୁମେ ଈଶ୍ୱର ହେ ଧନ୍ୟ ତୁମ ରଚନା
ସେ ପାଇଁ ସବୁ ତୁମ କରନ୍ତି ଅର୍ଚ୍ଚନା ।
