ବର୍ଷା
ବର୍ଷା
ନିସର୍ତ୍ତ ଓ ନିଃସଙ୍ଗ
ଋତୁ ଚକ୍ରସହ ଚଗଲା ଶ୍ରାବଣଟା ପୃଥିବୀ
କୋଳକୁ ଫେରିବାକୁ ଉଛ୍ଛନ ରିମଝିମ୍ ବର୍ଷା ର ରୂପ ନେଇ।
ଆକାଶ ଆଖିରୁ ନିଗାଡ଼ି ହେଉଛି
ଅସଂଖ୍ୟ ଅସହାୟ ବିନ୍ଦୁମାନ ।
ଘଞ୍ଚ ଅରଣ୍ୟ ରେ
ବିଜୁଳି ପାଉଁଜି ର
ଛମା ଛମ୍ ମୂର୍ଚ୍ଛନା
ଗୁଞ୍ଜରିତ ହୁଅନ୍ତି।
ପ୍ରିୟା ଦର ମେଲା ଦୁଆର କୁ ଡେଇଁଛି
ପ୍ରିୟା ଅସମ୍ଭାଳ ତାତି ବୁକୁରେ ନେଇଛି ।
ସେ ଆକାଶର ଛତା ତଳେ
ଆକାଶ ମୁହାଁ ହୋଇ
ବର୍ଷା ରେ ଭିଜିବ ଆଜି।
ବରଷକ ପରେ ଆସିଛି ବର୍ଷା
କେତେ ଅପେକ୍ଷା ର ଅନ୍ତ ହେବ.?
ମନରେ ଉତ୍ସାହ ଓ ଉଦ୍ଦୀପନା ସୀମାପାର ଆଜି
ଖୋଲା ଆକାଶ ତଳେ ପ୍ରିୟା କୁ ଦେଖି।
ଅସହାୟ ବର୍ଷା ବିନ୍ଦୁ ସବୁ ପ୍ରତିଯୋଗିତା ମୁଖି
ପ୍ରିୟା ର ଯୁଗଳ ଅଧର ରେ ସ୍ମୃତି ର ଇନ୍ଦ୍ରଧନୁ ଆଙ୍କିବାକୁ ..!

