STORYMIRROR

Gangotri Priyadarshini

Abstract Fantasy

3  

Gangotri Priyadarshini

Abstract Fantasy

ଏଇ ଜୀବନ

ଏଇ ଜୀବନ

1 min
133

ବର୍ଷା କୁ ମୁଁ ଖୋଜେ 

ଲୁଚାଇବା ପାଇଁ ଆଖି ଲୁହ

ବର୍ଷା ସାଥେ ବାଣ୍ଟି ହୁଏ

ଛାତି ତଳ ଯନ୍ତ୍ରଣାର କୋହ

ଏମିତି ସାଥୀ ସେ ବର୍ଷା 

କିଏ ଭୁଲି ପାରିବ କି କୁହ?


ନିଦ୍ରା ତୁମେ ରାତ୍ରୀ ଧାରେ

ଆସି ଥାଅ ଚକ୍ଷୁ କୁ ମୋ ନୀରବରେ

ନିଦ୍ରା ଆଢ଼ୁଆଳେ ସ୍ବପ୍ନ ଆସିଯାଏ ଧୀରେ

କେତେ ମନ ଭୁଲା ଦୃଶ୍ୟ ଦେଖି 

ବାର ବାର ଇଚ୍ଛା ମୋର ସ୍ବପ୍ନ ଦେଖିବି ନିରେଖି।


ସ୍ମୃତି ତୁମେ ହୃଦ ଗଳାହାରଟି ମୋହର

ଅତୀତରୁ ବର୍ତ୍ତମାନ ତୁମେ ଚିର ସହଚର

ସ୍ମୃତି ତୁମେ ଦୁଇ ଆଖି ଧାରେ 

ସମ୍ଭାବନା ଭଳି ସାଜି ଥାଅ

ଓଠ ଧାରେ ହସ ଫୁଲ ପରା ଫୁଟିଯାଅ ।


ମୃତ୍ୟୁ ଚିରନ୍ତନ ସତ୍ୟ

ତଥାପି ବଞ୍ଚିବା ଦୁର୍ଲଭ

ମୃତ୍ୟୁ ଅଛି ବୋଲି

ଭୟ ପାଇ ବଞ୍ଚିବାରେ ନାହିଁ ଲାଭ

ଜୀବନ କି ମନଲୋଭା ସୁଖଦ ମୁହୁର୍ତ୍ତ

ନଶ୍ୱର ଧରାରେ ଜୀବନ ପ୍ରାୟ ପାରିଜାତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract