ନିଦାଘ
ନିଦାଘ
ଗ୍ରୀଷ୍ମର ନିଦାଘ ବଡ ଦାରୁଣ
ପଥିକ ପଥରେ ଖୋଜେ କାରଣ
ଗଛ ଛାଇ ତଳେ ଶୋଷ ପୁରଣ
ଛତା ଜୋତା ପାଖିଆ ସକାରାଣ
ନିଦାଘ ପ୍ରଚଣ୍ଡ ରଉଦ୍ର ତାପ ବାରଣ
ଖରା ଦିଏ ଅଶେଷ ଦାରୁଣ
ଅଂଶୁଘାତ ନିଏ ପଥିକ ପରାଣ
ଖରା ଗରମରେ ସବୁ ଅକାରଣ
ମୌସୁମୀକୁ ଚାହିଁ ବିସ୍ଫୋରଣ
କାଳ ବୈଶାଖୀ ବଢାଏ ନିଦାଘ କାରଣ
ମୌସୁମୀକୁ ଚାହିଁଥାଏ ଏ ପ୍ରାଣ
ଶୀତଳ ଲାଗିବ ନିଦାଘ ନହେବ କରୁଣ
ନିଦାଘ କାଳ ବଡ କଷଣ
ନିଦାଘ ସମୟେ ଗୃହେ ରହିବା ଜାଣ
ଚନ୍ଦନ ପୋଖରୀରେ ଚାପ ଖେଳନ୍ତି ମଦନ
ନରେନ୍ଦ୍ରରେ ଖେଳନ୍ତି ଚାପ ଜଗମୋହନ
ନିଦାଘ ରୁ ରକ୍ଷାପାଇବାକୁ, ଚାପ ନିରାକରଣ
ମଣିଷ ଚାହିଁଛି ମୌସୁମୀ ଆସିବ ଦୂରେଇ ଦାରୁଣ।
