STORYMIRROR

CHINMAYEE PRADHAN

Children Stories Action Fantasy

3  

CHINMAYEE PRADHAN

Children Stories Action Fantasy

ଆଉ ଜମା ପାଇବୁ ନାହିଁ

ଆଉ ଜମା ପାଇବୁ ନାହିଁ

1 min
164


ଗଛ କାଟି ତୁ ପଦା କରିଲୁ

ସ୍ବାର୍ଥରେ ଅନ୍ଧ ହେଇ, 

ଛାଇ ଖୋଜୁଛୁ କାହିଁ

ଆଉ ଜମା ପାଇବୁ ନାହିଁ। 


ଜଙ୍ଗଲ କାଟି ପଦା କରିଲୁ

ଘର କରିବା ପାଇଁ, 

ବରଷା ହେବ କାହିଁ

ଆଉ ଜମା ପାଇବୁ ନାହିଁ। 


ଶୁଖିଲା ପଡେ ନଈ ନାଳ ତ 

ମେଘର ଦେଖା ନାହିଁ, 

ପାଣି ଖୋଜୁଛୁ କାହିଁ 

ଆଉ ଜମା ପାଇବୁ ନାହିଁ। 


ପଶୁପକ୍ଷୀଙ୍କୁ ଲୋପ କରିଲୁ

ବାସ ଛଡାଇ ନେଇ, 

ଏବେ ଖୋଜୁଛୁ କାହିଁ

ଆଉ ଜମା ପାଇବୁ ନାହିଁ।


ସୂର୍ଯ୍ୟଙ୍କ କୋପ ବଢ଼ଇ ନିତି

ଖରା ହୁଏନି ସହି,

ଜଳୁଛି ଆଜି ମହୀ

ଆଉ ରାହା ପାଇବୁ ନାହିଁ।


ଅଙ୍ଗାରକାମ୍ଳ ବଢ଼ଇ ନିତି

ବାୟୁ ଦୂଷିତ ହେଇ,

ଶୁଦ୍ଧତା ଖୋଜୁ କାହିଁ

ଆଉ ଜମା ପାଇବୁ ନାହିଁ।


ପ୍ରକୃତି ପରେ ଅତ୍ୟାଚାର

କରି ଚାଲିଛୁ ତୁହି,

ଶାନ୍ତି ଖୋଜୁଛୁ କାହିଁ

ଆଉ ଜମା ପାଇବୁ ନାହିଁ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍