STORYMIRROR

Dibya Ranjan Sahoo

Romance Fantasy Inspirational

3  

Dibya Ranjan Sahoo

Romance Fantasy Inspirational

ଆଧୁନିକା ନାରୀ .ଭାଗ-୧

ଆଧୁନିକା ନାରୀ .ଭାଗ-୧

1 min
221


ଗାଉଁଲି ପତ୍ନୀକୁ    ନିଶା ମୋ ଘାରିଛି

     ହବ ସେ ମଡର୍ଣ୍ଣ କାଳେ,

ସକାଳୁ ମୋ ପାଖେ  ଜିଦ୍ଦି କରୁଚି ସେ

     ଜିନ୍ସ ଆଣି ଦିଅ ହଳେ।


କହୁଚି ମୋତେ ସେ   ପିନ୍ଧି ପାରିବିନି

     ଶାଢୀ ଆଉ ସବୁବେଳେ,

ଭାରି କଷ୍ଟ ତାକୁ   ପିନ୍ଧିବାଟାପରା

      ଜିନ୍ସ ସହଜ କାଳେ।


କଲୋନୀଟା ସାରା  ସମସ୍ତଙ୍କ ପତ୍ନୀ

     ହିରୋଇନ ପରି ଲାଗନ୍ତି,

ସବୁରି ନଜର    ତାଙ୍କରି ଉପରେ

    ମୋତେ କେହି ନ ଚାହାନ୍ତି।


ମୁଁ କାଳେ ଗାଉଁଲି   ପୁରା ମଫସଲି

     ଷ୍ଟାଇଲ ଜମାରୁ ଶିଖିନି,

ହାଇ ହିଲ୍ ହଳେ  ଆଣିଦିଅ ମୋତେ

     ଜମାରୁ ବି ମନା କରନି।


କେମିତି କହିବି   ତାକୁ ମୁଁ ବୁଝେଇ 

    ଶାଢୀର ମହତ୍ତ୍ଵ କେତେ,

ସହରି ସସ୍କୃତି   ଲୋଡା ନାହିଁ ଆମ

    ଆଗକୁ ବଢୁ ସେ ଯେତେ।


କହିଲି ବୁଝେଇ   ଶାଢ଼ୀ ପିନ୍ଧିଲେ ତୁ

    ଲକ୍ଷ୍ମୀ ଠାକୁରାଣୀ ଲାଗୁ,

ଭଲ ତୁ ନାଲାଗେ  କାହାକୁ ପଛେଲୋ

    ମତେ ଭାରି ଭଲ ଲାଗୁ।


ବିବାହିତା ନାରୀ   ଭାରି ସୁନ୍ଦର ଲୋ

    ଶାଢୀ ଚୁଡି ପିନ୍ଧିଥିଲେ,

କହିବୁ ଯଦି ତୁ   ନୂଆ ଶାଢ଼ୀ ଗୋଟେ

      ଆଣିବି ଆସିଲା ବେଳେ।


ହେଲେ ସେ ଅଟଳ  ନୁହେଁ ବୁଝିବାର

    ଅବୁଝା ମୋ ଘର ମଣି,

ଯାଉଚି ବଜାର    ଆଣିବି ଜିନ୍ସ

    ନଚେତ୍ ଛୁଇବନି ପାଣି। 


ମଡର୍ଣ୍ଣ ନାଁରେ     ବଦଳୁଛି ସିନା

     ଆମ ଏ ସଂସ୍କୃତି ଆଜି,

ନିଜ ସମ୍ମାନକୁ  ନିଜେ ହରାଉଛି

     ଆଧୁନିକ ନାରୀ ସାଜି।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance