STORYMIRROR

Dibya Ranjan Sahoo

Abstract Romance Inspirational

4  

Dibya Ranjan Sahoo

Abstract Romance Inspirational

ମୁଁ ଯଦି ତୋର ବାପ ହୁଅନ୍ତି

ମୁଁ ଯଦି ତୋର ବାପ ହୁଅନ୍ତି

1 min
359


ମାଆ ଲୋ ......

ମୁଁ ଯଦି ତୋର ବାପ ହୁଅନ୍ତି 

ଆଦରରେ ତୋତେ ଗେଲ କରନ୍ତି 

ଅଳି ଅରଦଳି ସବୁ ସହନ୍ତି 

ରାଗିଲେ ମନାଇଁ ତତେ ନିଅନ୍ତି 

ମାଆ ଲୋ...

ମୁଁ ଯଦି ତୋର ବାପ ହୁଅନ୍ତି ll


ଟିକିଲି କଜଳ ମାରି ଦିଅନ୍ତି 

ନିଜ ହାତେ ବେଣୀ ବାନ୍ଧି ଦିଅନ୍ତି 

ତୋ ମଥାରେ ତେଲ ମାରି ଦିଅନ୍ତି 

ମାଆ ଲୋ.....

ମୁଁ ଯଦି ତୋର ବାପ ହୁଅନ୍ତି ll


ତୋ ପାଇଁ କଷ୍ଟ ସହି ଯାଆନ୍ତି 

ଦିନ ରାତି ତୋ ପାଇଁ ଖଟନ୍ତି 

ତୋ ଖୁସି ପାଇଁ ଲୋ ସବୁ କରନ୍ତି 

ମାଆ ଲୋ...

ମୁଁ ଯଦି ତୋର ବାପ ହୁଅନ୍ତି ll


କୋଳେଇ କାଖେଇ ବଡ କରନ୍ତି 

ପର ହାତେ ପୁଣି ଟେକି ଦିଅନ୍ତି 

ଲୁଚି ଲୁଚି ତୋ ପାଇଁ କାନ୍ଦନ୍ତି 

ମାଆ ଲୋ....

ମୁଁ ଯଦି ତୋର ବାପ ହୁଅନ୍ତି ll


କଥା ତୋର ବସି ନିତି ଭାବନ୍ତି 

ତୋ ଫଟକୁ ଚାହିଁ ବସି ରହନ୍ତି 

ତତେ ପୁଣି ଯାଇ ଦେଖି ଆସନ୍ତି

ମାଆ ଲୋ ...

ମୁଁ ଯଦି ତୋର ବାପ ହୁଅନ୍ତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract