STORYMIRROR

Dibya Ranjan Sahoo

Children Stories Inspirational

4  

Dibya Ranjan Sahoo

Children Stories Inspirational

ମୋ ବାପା

ମୋ ବାପା

1 min
371

କଣ ବା ଲେଖିବି ବାପାଙ୍କ ବିଷୟେ

ଯାହାଙ୍କ ପାଇଁ ମୋ ସୃଷ୍ଟି,

ଯାହାଙ୍କ ପାଇଁ ମୁଁ ଦୁନିଆ ଭିଡରେ

ପାଇଛି ମୁଁ ଆଜି ଦୃଷ୍ଟି ଶକ୍ତି।

ମୋ ବାପା ମୋ ପାଇଁ ଚଳିନ୍ତି ଦେବତା,

ମନ୍ଦିର ମୁଁ ଯିବି ନାହିଁ କାଟି କରି ଚିତା

ଜୀବନ୍ତ ଦେବତାଙ୍କୁ ମୁଁ ପାଖରେ ପାଇଛି

ଜନ୍ମ ଜନ୍ମାନ୍ତର ଦୁଃଖ ଭୁଲିଯାଇଅଛି।

ତୁମେ ମୋର ସୃଷ୍ଟି କର୍ତ୍ତା,

ତୁମେ ମୋ ଭାଗ୍ୟ ବିଧାତା ।

ତୁମେ ମୋର ଶକ୍ତି

ତୁମେ ମୋ ସାହସ

ତୁମେ ମୋ ଧରଣୀ

ତୁମେ ମୋ ଆକାଶ ।

ବାପା ମୋର ଖାଦ୍ୟ, ବାପା ମୋର ବାସ

ବାପା ମୋର ବସ୍ତ୍ର, ବାପା ମୋର ଅସ୍ତ୍ର ।

କଣ ବା ବର୍ଣ୍ଣିବି ବାପାଙ୍କର ଗାଥା

ଯିଏ ଅନ୍ଧାର ମୁହୂର୍ତ୍ତେ ଆଲୋକର ଶିଖା

ଯିଏ ଆମ ସୁଖ ପାଇଁ ଖୁସିର ମୂର୍ତ୍ତିକା।

ବାପା ତୁମେ ସନ୍ତାନ ମସ୍ତକେ ଛତ୍ର

ବାପା ତୁମେ ରକ୍ଷାକର୍ତ୍ତା ହଁ ଏକମାତ୍ର।

ତୁମ ପାଇଁ ଆଜି ବାପା

ସଂସାର ଦେଖିଛି

ତୁମ ନାମେ ଆଜି ବାପା

ପରିଚୟ ମୁଁ ପାଇଛି।

ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ

କଷଣର କଷତ କଷ୍ଟ ଯିଏ ସହୁଛି

ନିଜେ ଭୋକେ ରହି ଲୁହ ପିଇଦେଇ

ଆମ ମୁଖେ ଖୁସି ଭରୁଅଛି।

କେବେ କେବେ ଦେଖିଛି ମୁଁ

ବିନା ଲୁହରେ କାନ୍ଦିବା,

ଆଉ କେବେ ଦେଖିଛି ମୁଁ

ବିନା ସୁଖେ ହସିବା।

କଷ୍ଟ କଣ କେବେ ମୋତେ ଜଣାଇଲ ନାହିଁ

ସୁଖର ସାଗରେ ସଦା ଦେଇଛ ଭସାଇ।

ଛିଡ଼ା ଚପଲ ପୁରୁଣା ଲୁଗାରେ

ଦେଇଛ ପରିଚୟ,

ଆମ ପାଇଁ ନୂଆ ବସ୍ତ୍ର ଆଣି

ପାଳିଛ କର୍ତ୍ତବ୍ୟ।

ବାପା ତୁମ ପାଦତଳେ ପ୍ରଣାମ ମୋହର

ଅଧମ ଅକ୍ଷମ ଏହି ସନ୍ତାନ ତୁମର।

ଦାସ ଦୋଷ ମୋର ସବୁ କରିଦେବ କ୍ଷମା

ଅଧମର ଭୁଲଟିକୁ ଧରିବନି ଜମା।

କେବେ ମୁଁ ବୁଝିନି ତୁମ କୋହ ଭରା ଛାତିକୁ,

କେବେ ଚିହ୍ନି ପାରିଲିନି ତୁମ ଲୁହ ଭରା ଆଖିକୁ।

   "ହଁ ସେ ଆମ ବାପା, ହଁ ଆମ ବାପା, ହଁ ମୋ ବାପା"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍