STORYMIRROR

Dibya Ranjan Sahoo

Tragedy Inspirational Children

3  

Dibya Ranjan Sahoo

Tragedy Inspirational Children

ଅଗଷ୍ଟ ୧୫

ଅଗଷ୍ଟ ୧୫

1 min
190

ସବୁ ବର୍ଷ ପନ୍ଦର ଅଗଷ୍ଟ ଆସୁଛି ଆଉ ଚାଲି ଯାଉଛି,

ପନ୍ଦର ଅଗଷ୍ଟର ମହତ୍ୱ ଆଉ ଉପଲବ୍ଧି ହେଉ ନାହିଁ ।


ପିଲାମାନେ ଅନ୍ୟ ଉତ୍ସବପରି

ଖଣ୍ଡେ ଖଣ୍ଡେ କାଗଜ ପତାକା ଧରି

କିଛି ସମୟ ପାଇଁ ଆନନ୍ଦିତ ହେଉଛନ୍ତି

କିଛି ସମୟ ପାଇଁ ବନ୍ଦେ ମାତରଂ କହୁଛନ୍ତି

ତା ପରେ ସେ ପତାକାଟିକୁ ଯେଉଁଠି ସେଇଠି

ପକାଇ ଦେଇ ଚାଲି ଯାଉଛନ୍ତି

ତାଙ୍କୁ କିଏ ବୁଝାଇବ ଏହି ତ୍ରିରଙ୍ଗା ପତାକା ପାଇଁ

କେତେ ଲୋକ ସହିଦ ହୋଇଛନ୍ତି ?

କେତେ କେତେ ଲୋକ ପ୍ରାଣବଳୀ

ଦେଇଛନ୍ତି ଅକାତରରେ

ମହାତ୍ମାଙ୍କ ଡ଼ାକରାରେ କେତେ ଲୋକ

ତୁଚ୍ଛ କରିଛନ୍ତି ନିଜ ଜୀବନକୁ ?

ସେ ପିଲାର କି ଦୋଷ ?

ସେ ତ ବୁଝେ ନାହିଁ ଏ ସବୁ କଥା

କିନ୍ତୁ ପରେ ପରେ ଯେଉଁମାନେ

ତଳେ ପଡିଥିବା ସେ ପତାକା ଉପରେ

ପାଦରେ ଦଳିଦେଇ ଚାଲିଯାନ୍ତି ନିର୍ବିଘ୍ନରେ

ସେମାନଙ୍କର ତ ଏ ଦେଶ ପତାକା,

ଏ ଦେଶ ଗୌରବକୁ ସମ୍ମାନ ଜଣାଇବାର ଥିଲା ?


Rate this content
Log in

Similar oriya poem from Tragedy