STORYMIRROR

Dibya Ranjan Sahoo

Abstract

4  

Dibya Ranjan Sahoo

Abstract

ସମ୍ପର୍କଠୁ ବହୁ ଦୂରେ

ସମ୍ପର୍କଠୁ ବହୁ ଦୂରେ

1 min
372

ଯେତିକି ଆଗକୁ ଯାଇ ମୁଁ ସାରିଛି

    ପାଦେ ବି ଫେରିବା କଷ୍ଟ,

ମନ ବି ଚାହିଁଲେ ମସ୍ତିଷ୍କ ଚାହୁଁନି

    କିଛି ବୁଝେ ନାହିଁ ଓଠ।


ହୃଦୟ ର ଭାଷା ମସ୍ତିଷ୍କ ବୁଝେନା

    କଠୋର ସେ ଭାରି ହୁଏ,

ଏଇ କଠୋରତା ତୁମ ଧୋକା ପାଇଁ

    ହେଲେ କଷ୍ଟ ମୁଁ ଯେ ପାଏ।


କରିବା ପୂର୍ବରୁ ବିଚାରିଲ ନାହିଁ

    ମନ ଇଚ୍ଛା ଗଲ କରି,

ଏବେ ଯେତେବେଳେ କଲା କର୍ମ ଫଳ

     ମନ କୁ ଦିଏ ବିଦାରି।


କେତେ ରାତି ମୋର ଉଜାଗର ରହି

     ତୁମ ସ୍ମୃତି ରେ ଭିଜିଛି,

ସେତେବେଳେ ମୋତେ ଏକୁଟିଆ କରି

   ଚାଲିଗଲ ଖୁସି ଖୁସି।


ଆଜି ଯେତେବେଳେ କଣ୍ଟାରେ ଚାଲି 

    ମୋ ପାଦରେ ଆସିଛି ଶକ୍ତି,

ତୁମ ଆଗମନ ଦୁର୍ବଳ କରୁଛି

    ପାଦ ମୋ ଯାଉଛି ଖସି।


ଥରେ ଚାଲିଯାଇ ସମ୍ପର୍କର ତୁମେ

    ଭୁଲିଗଲ ସବୁ ମାନ,

ମିଛ ଅଭିନୟ ଲୋଡା ନାହିଁ ଆଜି

    ଏକୁଟିଆ କଟୁ ଦିନ।


ନିସଂଗତା ର ସେ ବିରହ ସଙ୍ଗୀତ

     ଦେହକୁ ସୁହାଇଲାଣି,

ଅଭିନୟର ସେ ପ୍ରେମର ମୂର୍ଚ୍ଛନା

    ମନେ ବିଷ ଦିଏ ବୁଣି।


ଯେତିକି ଆଗକୁ ଯାଇ ମୁଁ ସାରିଛି

    ପାଦେ ବି ଫେରିବା କଷ୍ଟ,

ମନ ବି ଚାହିଁଲେ ମସ୍ତିଷ୍କ ଚାହୁଁନି

    କିଛି ବୁଝେ ନାହିଁ ଓଠ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract