STORYMIRROR

Dibya Ranjan Sahoo

Tragedy

3  

Dibya Ranjan Sahoo

Tragedy

ହେଲେ ତୁମେ କୁହ

ହେଲେ ତୁମେ କୁହ

1 min
246

ଏ ପଇଁତିରିଶି ବର୍ଷ ଜୀବନ ଭିତରେ 

ମୁଁ କେବଳ ତମ ଲାଗି କେତେ ଥର ମରି 

କେତେଥର ଜୀଇଁଛି ତା ହିସାବ ନାହିଁ 

ହେଲେ ତୁମେ କହୁଛ ତୁମେ ତଥାପି ଅଶାନ୍ତିରେ 


ଏଇ ଖାଲ ଢିପ ଜୀବନ ଭିତରେ 

ମୁଁ ନିଜକୁ କେତେ ଗଢି କେତେ ଭାଙ୍ଗିଛି ତୁମ ଲାଗି 

ହେଲେ ତୁମ କହୁଛ ତୁମେ ତଥାପି ଅତୃପ୍ତ ସବୁଥିରେ 


ଏଇ ମୋ ବେହିସାବ ଜୀବନ ଭିତରେ 

ନିଜକୁ କେତେଥର ତୁମ ଲାଗି ଭାଙ୍ଗି ସଜାଡିଛି 

ହେଲେ ତୁମେ କହୁଛ ତୁମେ ତଥାପି ଅଯତ୍ନରେ 


ଆମ ଶାଗ ପଖାଳର ଜୀବନ ଭିତରେ 

ତମ ପାଇଁ ମାଛ ମାଂସରେ ପେଟ ଭରିନି କେବଳ 

ସ୍ନେହ ପ୍ରେମରେ ତମ ମନ ଭରିବାକୁ ଚେଷ୍ଟା କରିଛି 

ତଥାପି ତୁମେ କୁହ ତୁମେ ଅଛ ସଦା ଅସନ୍ତୁଷ୍ଟରେ 


ତୁମ ସିନ୍ଥିରେ ସିନ୍ଦୂର ଭରିବା ଦିନଠୁ 

ଭରି ଚାଲିଛି ରଙ୍ଗ ଅନୁରାଗର ତମ ପ୍ରତ୍ୟେକ ଫର୍ଦ୍ଦରେ 

ଖୁସି ଆଉ ହସର ରଙ୍ଗ ତୁମ ଜୀବନରେ 

ତଥାପି ତୁମେ ଭାବ ତୁମେ ଏବେ ବି ଅବହେଳାରେ 


ମୋ ତମାମ ଜୀବନକୁ ତୁମ ଲାଗି ହିଁ ସାରି ଚାଲିଛି 

ତୁମ କଷ୍ଟରେ ବିଗଳିତ ହୋଇ ଆଖିରୁ ଲୁହ ଢାଳିଛି 

ଖୁସିରେ ରଖିବା ପାଇଁ ତୁମକୁ ଯଥାସମ୍ଭବ ଚେଷ୍ଟା କରିଛି 

ତଥାପି ତୁମେ କୁହ ତମ ଶୁଖିଲା ଓଠରେ 


- "ତୁମେ ସିନା ଏତେ କରୁଛ ମୋ ପାଇଁ 

ହେଲେ ମୁଁ କେବଳ ବଞ୍ଚିଛି "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy