STORYMIRROR

Dibya Ranjan Sahoo

Children Stories Inspirational Children

3  

Dibya Ranjan Sahoo

Children Stories Inspirational Children

ସ୍ୱାଧୀନତା ର ଫଳ

ସ୍ୱାଧୀନତା ର ଫଳ

1 min
152

ସ୍ୱାଧୀନତା ଆମ ଜନ୍ମ ଅଧିକାର

ଏ କଥା ଶୁଣିବାକୁ ଭଲ ଲାଗେ

କିନ୍ତୁ ପରାଧୀନ ନ ହେଲେ

ଏ କଥା ର ମୂଲ୍ୟ ବୁଝା ପଡେ ନାହିଁ

ଆଜିର ଯୁବ ପିଢ଼ି ପତାକାକୁ

ସମ୍ମାନ ଦେଇ ପାରୁ ନାହାନ୍ତି

କାରଣ ସେ ପତାକା ପଛର

ଇତିହାସ ତାଙ୍କୁ ଜଣା ନାହିଁ

ଜଣା ଥିଲେବି ତା ପ୍ରତି ଯେତିକି

ସମ୍ବେଦନଶୀଳ ହେବା କଥା

ତା ସେମାନେ ହେଉ ନାହାନ୍ତି


ଦେଶ ପ୍ରତି ଏବେ ବିପଦ ଘନେଇ

ଆସୁଛି ଅନେକ ଦିଗରୁ

ମାଓବାଦୀ, ଆତଙ୍କତାବାଦୀ , ବିଛିନ୍ନତାବାଦୀ, ସମ୍ପ୍ରଦାୟିକତାବାଦୀ

ମାନଙ୍କର ଳୀଳାଭୁମି ସାଜିଛି ଆମର ଏହି ଭାରତ ଭୂମି ଯାହାକୁ

ଆମେ ଏହି ପନ୍ଦର ଅଗଷ୍ଟ ଦିନ ବନ୍ଦେ ମାତରଂ କହି ତା ପରଦିନ ଭୁଲିଯାଉଛୁ

ଏବେ ଏହି ପନ୍ଦର ଅଗଷ୍ଟ ଏକ ଛୁଟିଦିନ ହୋଇଛି

ଏ ଦିନ ହୋଇଛି ଭୋଜି କରିବାର ଆଉ ବନ୍ଧୁ ମିଳନର

ଆମେ ସବୁ ଭୁଲି ଗଲୁଣି ଏ ଦିନରେ କରିବାକୁ ହେବ ସ୍ମୃତି ଚାରଣ

ସେହି ବୀର ପୁରୁଷ ମାନଙ୍କର ଯେଉଁମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନ


ଏ ଦେଶକୁ ଏବେ ମାଡି ଆସୁଛି ବିପଦ ଘନ ଘନ

କିଏ ରକ୍ଷା କରିବ ଯଦି ଆଜିର ପିଢ଼ି ଭୁଲିଯିବ ଏହି ଆପଣାର ଦିନ ?

ସମୟ ଆସିଛି ଏବେ ଏ ଦିନରେ ନେବାକୁ ହେବ କେତୋଟି ଶପଥ

ସଭିଙ୍କୁ ବସି ମନ୍ଥନ କରିବାକୁ ହେବ ନିଜ ବିବେକ ଆଉ ବିଚାର

କରିବାକୁ ହେବ ଆମକୁ କି ରୂପରେ ଯୋଗଦାନ

ଯାହା ଦେଶ ପାଇଁ ହେବ ଆମର ଅବଦାନ

ସମୟ ଆସିଛି ଆଜି ପୁଣି ସମସ୍ତଙ୍କୁ ମିଶି

କରିବାକୁ ହେବ ଆଉ ଏକ ମହାନ ବିପ୍ଳବ

ଯେଉଁଥିରେ ତଡ଼ିବାକୁ ହେବ ଏ ଦେଶରୁ ବିଛିନ୍ନତାବାଦୀ ମାନଙ୍କୁ

ଆଉ ସମସ୍ତଙ୍କୁ ହେବାକୁ ହେବ କେବଳ ଭାରତୀୟ


ଅତୀତରେ କରିଛୁ ଆମେ ଅନେକ ମହାନ କାମ

ଯାହା ଫଳରେ ଭାରତ ଆଜି ହୋଇଛି ସ୍ୱାଧୀନ ଓ ମହାନ

ଅଛି ଆମ ପାଖେ ଅନେକ ଶକ୍ତି,

ମିଶି ଯଦି ଯିବ ସବୁ ତେବେ

ଏ ଦେଶ ହେବ ବିଶ୍ୱରେ ମହାନ

କେବେଯେ ଆସିବ ସେ ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍