STORYMIRROR

Writer Roja Panda

Romance

3  

Writer Roja Panda

Romance

ଭାବନାର ନଈ

ଭାବନାର ନଈ

1 min
220


ଦିନସାରା ନଈ କୂଳରେ ବସି ମୁଁ

ଦେଖିଲି ବହୁଚି ନଈ

ଶେଷରେ ଦେଖିଲି ନଈ ବି ଦେଖୁଚି

ବସିଚି ବୋଲି ମୁଁ ଯାଇ

ଲୁଚି ଲୁଚି ଆସେ ଚଗଲା ପବନ

ଅଳସୀ ନଈକୁ ଚୁମେ

ଚମକି ପଡିଣ ଶିହରଣ ଢେଉ

ଦେହସାରା ତାର ଝୁମେ

ନଈ କୂଳେ ଗଛ ତଳେ ଯେବେ କବି

କଳପନାରେ ଡୁବଇ

ଭାବନା ନଈର ଧୀବର କି ଅବା

ବସେ ଜାଲକୁ ବିଛାଇ

ଏଇଠାରେ ନଈ ସବୁଠୁ ଗଭୀର

ଲୁହଧାର ବହି ବହି

ଡେଇଁ ପଡିଗଲେ ପ୍ରେମିକ ପ୍ରେମିକା

ନ ପାରି କଳଙ୍କ ସହି


Rate this content
Log in

Similar oriya poem from Romance