ଅର୍ଦ୍ଧାଙ୍ଗିନୀ
ଅର୍ଦ୍ଧାଙ୍ଗିନୀ
ସୁଖରେ ଦୁଃଖରେ ଥାଅ ଗୋ ସାଥିରେ
ତୁମେ ତ ମୋ ହ୍ରୁଦସ୍ପନ୍ଦନ
ତୁମ ବିନା ମରୁଭୂମି ସତେ ଏ ଜୀବନ
ଶୁଷ୍କ ତରୁଲତାରେ ତୁମେ ଭରିଦିଅ ପ୍ରାଣ ॥
ତୁମେ,
ଜୀବନର ଅବିଛିନ୍ନ ଅଙ୍ଗ
ଫଗୁଣଠୁଁ ମାଗି ରଙ୍ଗ
ଜୀବନରେ ଭରିଦିଅ ରଙ୍ଗ ॥
ତୁମେ,
ସାଥିଟିଏ ଶେଷ ଯାଏଁ
ଜୀବନର ଚଲାପଥେ
ଆସିଲେ ଗଲେ କେତେ କିଏ
ଉତଥାନ ପତନରେ
ଧରି ଥିଲ ହାତ ପ୍ରତି କ୍ଷଣେ ॥
ତୁମେ,
ଅର୍ଦ୍ଧାଙ୍ଗିନୀ ପାପ ପୁଣ୍ୟର
ସାତ ଜନମର ସାଥି
ଆସୁ କେତେ ଝଡ ଝଞ୍ଜା ଏ ଜୀବନେ
କମି ନଯାଉ ପୀରତି ॥