STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ରସିକ ନାଗର

ରସିକ ନାଗର

1 min
244


ତମରି ପାଇଁ ଗୋ

ଘୁଙ୍ଗୁର ପିନ୍ଧି

ଛନ୍ଦ ତୋଳୁଅଛି ନଟ ମନ୍ଦିରେ

ରସିକ ନାଗର

ମନେ ଭାବୁଛନ୍ତି

ତାଙ୍କ ଲାଗି ହସ ଫୁଟେ 

ଏଇ ଅଧରେ,

ଆଗୋ ଅଧରେ l


ଗଭାମଲ୍ଲୀ ମୋର 

ଅଧିରେ ଝରାଏ ବାସନା

ତୋଳି ଧରିବାକୁ 

କେବେ ତମେ ଥରେ ଆସୁନା,

ବନ୍ଧୁ ଆସୁନା l


କେତେ ରାତି ସତେ

ଝରାଉଛି ଲୁହ ବେଦନା

ନୂପୁର ନିକ୍ୱଣେ ତୋଳୁଥିବା

ଗୀତ କି ଶୁଭେନା,

ବନ୍ଧୁ ଶୁଭେନା......


ଚୁପି ଚୁପି କିଏ

କାନେ ମୋର କହେ

ଲୟ ଭାଙ୍ଗନା,

ଆଗୋ ଭାଙ୍ଗନା,

କାଳ ନିରବଧି

ପ୍ରତୀକ୍ଷା କର ଗୋ

ଜଳାଇ କାମନା,

ଆଗୋ କାମନା l


ନ ତୁଟୁ ଛନ୍ଦ

ନ ଭାଙ୍ଗୁ ତାଳ

ନ ସରୁ ବନ୍ଦନା

ଆସିବେ ସେ ପ୍ରିୟ

ଶ୍ୟାମ ମନୋହର ଭଙ୍ଗିମା,

ସେ ଶ୍ୟାମ ଭଙ୍ଗିମା......


ତମେ ସେ ଶ୍ୟାମ

ମୋହନ ସୁନ୍ଦର

ତମ ପାଇଁ ଛନ୍ଦ

ତୋଳୁଅଛି ଏଇ ଆସରେ,

ଆଗୋ ଆସରେ l


ତମରି ପାଇଁ ଗୋ

ଘୁଙ୍ଗୁର ପିନ୍ଧି

ଛନ୍ଦ ତୋଳୁଅଛି ନଟ ମନ୍ଦିରେ

ତମେ ମୋ ନଟ

ତମ ପାଇଁ ନଟୀ

ସାଜି ଅଛି ଏଇ ବାସରେ,

ଆଗୋ ବାସରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance