STORYMIRROR

Rabindra Mishra

Romance

3  

Rabindra Mishra

Romance

ପ୍ରେୟସୀ ତୁମେ

ପ୍ରେୟସୀ ତୁମେ

1 min
304

ପ୍ରେୟସୀ ଗୋ ତୁମ ବୟସି ଡେଣାରେ

ଅଳସ ଗତିର ଛନ୍ଦ

ଅଳସୀ ଫୁଲର ଲହଡି ଭିତରେ

ଅଜଣା-ଆଦେଖା ରଙ୍ଗ

କମ୍ପନ ଜାଗେ ହୃଦୟ କୋଣରେ,ଶିହରାଇ ତନୁମନ

ପ୍ରିୟା ଯେବେ ତୁମେ ମାନସ ଆଖିରେ ଝଲସିଲ ଅନୁକ୍ଷଣ ।1।


ପ୍ରୀତିର ପବନ ବହିଲା ସତେକି

ନିଧଘ କୁ ଦୁରକରି

ଚନ୍ଦନ-ମଧୂପ ଦେହେ ବୋଳି ଦେଲା

ଜ୍ବଳନ କୁ ନେଲା ହରି

କୁମୁଦ କିରଣ ଶିତଳାଇ ଦେଲା ଅଙ୍ଗ ଦହନ କ୍ଷଣେ

ଜ୍ୟୋସ୍ନା ବିଧଉତ ଫେନୀଳ ଜଳକୁ ସିଞ୍ଚିଦେଲା କେ ସଘନେ ।2।


ଫୁଲଟିଏ ହୋଇ ଫୁଟିଲ କ୍ଷଣିକେ

ହୃଦୟ ଉଦ୍ୟନେ ମୋର

ପାଖୁଡ଼ା ଭିତରେ ଲୁଚାଇ ଦେଲ ଗୋ

ଚପଳ ମନ ଭ୍ରମର

ମଧୂପ ଆଘ୍ରାଣେ ପ୍ରାଣର ସଙ୍ଗୀତ କୁହୁତାନ ଚମକିଲା

ବାସର ଶେଯରେ ଅଳସୀ କନ୍ୟାକୁ ଲାଜ ଯେହ୍ନେ ଚହଟିଲା ।3।


ପବନ ଛୁଆଁରେ କୁଞ୍ଚିତ କୁନ୍ତଳ

ଚିବୁକେ ଯାଇଛି ଲାଖି

ଥର ଥର ଓଠ ସ୍ଫୁରିତ ନୟନ

କଥା କହୁଥିଲା ଆଖି

ଯଜ୍ଞ ବେଦୀର ହୋମକୁଣ୍ଡେ ତୁମେ ଅଗ୍ନି ହୋଇ ଜଳୁଥିଲ

ଘୃତ ମୁ ନିରତ ପତଙ୍ଗ ର ସମ ଯେସନେ ଆବୋରିନେଲ ।4।


ପ୍ରାଣପ୍ରିୟେ ଆଗୋ ତୁମେ ମୋ ଜୋଛନା

ମୁଁ ତୁମ ନୀଳ ବଉଦ

ଲୁଚକାଳି ଖେଳ କେତେ ମୁଁ ଖେଳିବି

ହଜାଇ ଦେଲାଣି ନିଦ

ତୁମ ଆଗମନ ପାଦ ଝଙ୍କାରକୁ ଝରକା ଦେଇଛି ଖୋଲି

ପ୍ରେମିକା ଗୋ ମୋର ମିଳନ ରାଗିଣୀ ଆସ ବହୁ ବନ୍ଧେ ଝୁଲି ।5।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance