STORYMIRROR

Rabindra Mishra

Abstract

2  

Rabindra Mishra

Abstract

" ପ୍ରେରଣା ର ଉତ୍ସ"

" ପ୍ରେରଣା ର ଉତ୍ସ"

1 min
478

ପାଠ ଶାଠ ପଢିଥିବା

ମଣିଷ ଟେ ମୁଁ

ସାଧାରଣ ଠାରୁ କିଛି ବ୍ୟତିକ୍ରମ

ଲେଖାରେ ବା କଥା ଓ ବିଚାର

ଶବ୍ଦ ର ବିନ୍ୟାସ ଅବା ବାକ ର ଚାତୁରୀ

ଚିନ୍ତା ଅବା ଚେତନାରେ ଭରି ଭିନ୍ନ ରଙ୍ଗ

ଚିତ୍ର ର ତୁଳୀରେ ଅବା

କବିର କବିତା

ଲେଖକର କଲମ ମୁନରେ

ସଜାଡି ହୋଇ ସେ ନିଏ ଭିନ୍ନ ଏକ ରୂପ

ଆକର୍ଷିତ କରେ ସେ ମନ ଓ ପ୍ରାଣ କୁ

ଯେମିତି- ଫୁଲ ଟାଣେ ଭ୍ରମରକୁ

ସୂର୍ଯ୍ୟ ଟାଣେ କମଳ କୁ

ପ୍ରାଣ ଟାଣେ ପବନ କୁ


ଭାବନାର ଚିତ୍ରପଟ ପରେ

ଆଙ୍କି ହୋଇ ଏମିତି ଚହଟେ

ଦେଖିବା ବା ଶୁଣିବା ଲୋକର

ଚେତନାରେ ମିଶିଯାଇ

କରିଦିଏ ଏମିତି ପାଗଳ

ଚାହିଁଲେ ବି ଭୁଲି ହୁଏ ନାହିଁ

ଛାଡିଲେ ବି ରହିପାରେ ନାହିଁ

ଆବୋରି ନିଏ ତା

ଭାବନା ର ଅଡୁଆ ସୂତାରେ

ଚିନ୍ତା ଓ ଚେତନା କୁ ପ୍ରେରିତ କରାଏ

ଯିବା ପାଇଁ ସେଇ ପଥେ

ଯେମିତି- ପିତାମାତା ସନ୍ତାନଙ୍କୁ

ଗୁରୁ ତାର ଶିଷ୍ୟ ଗଣଙ୍କୁ

ବୟସ୍କ -ଅନୁଜ ମାନଙ୍କୁ-ଦେଖାଇବା ରାସ୍ତା ପରି


ପ୍ରଶ୍ନ ଉଙ୍କି ମାରେ-କିଏ ମୁଁ

ଆଦେଖା ଉତ୍ତର କୁହେ-

କବି ଅବା ଚିତ୍ରକର

ହୋଇପାରେ ଲେଖକ ମୁଁ

ସାଧାରଣ ଠାରୁ ଅସାଧାରଣ

କିଛି ଶବ୍ଦ ଚେତନା କୁ ଏକାକାର କରି

ଗଢିପାରେ-

ତାଜ କିମ୍ବା ଶ୍ରୀ ମନ୍ଦିର

ସୁଖ ଅବା ଦୁଃଖର ସାଗର

ପ୍ରେରଣା ନେଇ ମୁଁ ଏଇ ସାଧାରଣ ଜୀବନ ରୁ

ପ୍ରେରିତ କରୁଛି ସଦା ସମ୍ପୂର୍ଣ ଏ ଦୁନିଆ କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract