STORYMIRROR

Rabindra Mishra

Tragedy

4  

Rabindra Mishra

Tragedy

ପ୍ରତାରଣା ଜଞ୍ଜିରରେ ଆମେ କବଳିତ

ପ୍ରତାରଣା ଜଞ୍ଜିରରେ ଆମେ କବଳିତ

1 min
416

ହୃଦୟର ଏଇ ଶୁନ୍ୟତାକୁ

ଆଜି ପଚାରି ମୁଁ ଯେବେ ଶୁଣେ

ପ୍ରତାରଣା କିଏ କାହାକୁ ଦେଇଛି

ପ୍ରତିଧ୍ୱନି କହେ ତୁମେ

ଚାରି ଧାଡି ମୁଖୁଡାଟା ଶୁଣିବା ପରେ

ମନ ଭିତରେ ଭିନ୍ନ ଏକ ଭାବନାର ଖିଅ

କଂକ୍ରିଟକୁ ଖଣ୍ଡ ଖଣ୍ଡ କରୁଥିବା ହାତୁଡି ପରି

ସତେ ଅବା ହୃଦୟରେ କାହାର ଏ ନିଷ୍ଠୁର ଆଘାତ ।1।


ପକ୍ଷୀଟାଏ ଖୋଜୁଥାଏ ସକାଳରୁ ସଞ୍ଜ

ଆଧାର ଏକାନ୍ତ ଲୋଡ଼ା ବଂଚିବା ପାଇଁ

ନୂଆ ଏକ ସୃଷ୍ଟି ପାଇଁ ସ୍ୱର ସଙ୍ଗମର

ପୁରୁଷ ପକ୍ଷୀର ସେଇ ଟିଟିଆ ରାବରେ

ମିଳନ ର ସହାନାଇ, ସବୁ ଏକାକାର

ପଶୁ ପାଇଁ ଖାଦ୍ୟ ଆଉ ସାଥିଟିଏ ଲୋଡ଼ା

ବିନା ସର୍ତ୍ତେ ଦେଖା ଚାହାଁ-ପ୍ରକୃତି ଡାକରେ

ପ୍ରଶ୍ନହୀନ ଆକର୍ଷଣ ଅନୁରାଗେ ନୂତନକୁ ନେବାକୁ ଆଗେଇ।


ଜଗତର ଶ୍ରେଷ୍ଠ ଜୀବ ଆମେତ ମଣିଷ

ମନ ଆଉ ବୁଦ୍ଧି-ଅଛି ବିଚାରିବା ଶକ୍ତି

ତଥାପି ମଣିଷ ଆମେ ଏମିତି କାହିଁକି

ବାହୁବଳ-ଅର୍ଥଲୋଭ-କ୍ଷମତା ହାସଲ

ଛଡାଇ ଆଣିବାର ସେ ପୈଶାଚିକ ଭାବ

ସଂଜ୍ଞା ଏଠି ପ୍ରେମ ଆଉ ଭଲ ପାଇବାର

ଲୁଚିଛନ୍ତି କାହିଁ କେଉଁ ନିଭୃତ କୋଣରେ

ସମାଜର ମୂଳମନ୍ତ୍ର ଏଠି "ପ୍ରତାରଣା"

ଘରେଘରେ ସସମାଜରେ-ପ୍ରଶାସନ ମଧ୍ୟ

ବନ୍ଧା ପଡି ଶୁଣାଉଛି ନୀତି ଏଇ ସ୍ୱର ।3।


ସନ୍ତାନଯେ ଭାଙ୍ଗିଲେଣି ବାପା-ମା ଆଶା

ପ୍ରେମିକାକୁ ବ୍ଲାକମେଲ-ଝୁଲିଲାଣି ଶବ

ଲକ୍ଷ ହିସବାରେ ଦେବୁ ଚାକିରୀ ଯୋଗେଇ

ପ୍ରଗତି ଗାଡି ଗଡିବ ଦ୍ରୁତଗତି ନେଇ

"ଗରିବୀ ହଟିବ କିମ୍ବା ଆସିବ ସୁ-ଦିନ

ଅତି ଲୋଭନୀୟ ଶୁଭେ, ସବୁ କିନ୍ତୁ ଫମ୍ପା

'ବିକାଶ'ନାମରେ ଯେତେ ଶୁଭେ ନାରା ବାଜି

ସବୁ ଏଠି ହିପୋକ୍ରାଶି

ପ୍ରତାରଣା ଜଞ୍ଜିରରେ ଆମେ କବଳିତ,ଆମେ ନିଷ୍ପେସିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy