STORYMIRROR

Rabindra Mishra

Inspirational

4  

Rabindra Mishra

Inspirational

ତୁମେ ଏକା ସତ୍ୟ-ସଖା

ତୁମେ ଏକା ସତ୍ୟ-ସଖା

1 min
411

କଲମ ଗାରରେ ପାରିବିକି ଧରି

ତୁମ ରୂପ ଅନୁପମ

ଚିନ୍ତା-ଚେତନାର ଚଉହଦି ପରେ

ତୁମେ ଯେ ସର୍ବନାମ ।1।


କାହା ପାଇଁ ତୁମେ ସାଆନ୍ତ ସାଜିଛ

କାହାର ଜୀବନ ଧନ

କିଏ ଅଭିମାନେ ଦେଲାଣି ଗାଳି ହେ

କତରା ରୁ କାର ଧ୍ୟାନ ।2।


କିଏ ଟେକି ଦିଏ ତୁମ ପାଦତଳେ

ନୀତି ଫୁଲର ଅଞ୍ଜଳି

କ୍ଷଣେ-ପ୍ରତୀକ୍ଷଣେ କାହା କଣ୍ଠୁ ଶୁଭେ

ତୁମ ନାମ ଜାପା ମାଳି ।3।


କାହା ପାଇଁ ଧନ-ଜନ-ମାନ ଲୋଡ଼ା

ତୁମକୁ ଡାକେ ଆରତ

ପ୍ରଭୁ ହେ କାହାର ବଞ୍ଚିବାର ସ୍ରୋତ

ଚରଣେ ତୁମ ଆଶ୍ରିତ ।4।


ଯିଏ ଯେଉଁ ଭାବ ନେ ଡାକେ ତୁମେ ସେ

ରୂପେ ପ୍ରେରଣା ବହି

ସିଞ୍ଚି ଦିଅ ତୁମ କରୁଣା କଣିକା

ଅମୃତ ଧାର ହୋଇ ।5।


ସୀମାହୀନ ତୁମ ଅସୀମ ସ୍ୱରୂପ

ପାରିନି କେ କେବେ ବୁଝି

ଈଶ୍ୱର ଆହେ ଚିରନ୍ତନ ତୁମେ

ଅନ୍ତରେ ଥାଅ ସାଜି ।6।


ଆଶା-ଭରସାର ବନ୍ଧ ତୁଟିଗଲେ

ତୁମେ ଶେଷ ଆଶା ବାଡ଼ି

ଚଳାଇ ନିଅ ହେ ହାତ ମୋର ଧରି

ପାର କରିଦିଅ ସିଡ଼ି ।7।


ଗର୍ବ-ଗୌରବ, ମାନ ଅପମାନ

ରାଗ-ରୁଷା ଅଭିମାନ

ଅଳିକ ମୋହରେ ଭାସି ଏ ମଣିଷ

କରେ ସିନା ହେୟା ଜ୍ଞାନ ।8।


ଜୀବନର ଶେଷ ସମୟରେ ସର୍ବେ

ଚାଲିଯାନ୍ତି କରି ଏକା

ଦୁଇ ବାହୁ ମେଲି କୋଳେଇ ନିଅ ଯେ

ତୁମେ ଏକା ସତ୍ୟ-ସଖା।9।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational