ଭୁଲିକି ପାରିବି ଚେନାଏ ହସକୁ
ଭୁଲିକି ପାରିବି ଚେନାଏ ହସକୁ
ତୁମ ଗୋଲାପୀ ଓଠରେ
ଚେନାଏ ହସର ପାଖୁଡା
ସଜଫୁଲ ପରି ଝରି ପଡେ ମୋ ପାଇଁ
ମତେ ଲାଗେ ସତେ ଆବା
ଘନ ବାଦଲରେ ବିଜୁଳୀର ଉଜ୍ଜ୍ୱଳ ଚମକ
ସଂଚରି ଯାଏ ଶରୀରରେ ମୋର
ସବୁ ଅଳସକୁ ଦିଏ ଯୋଜନ ଦୁରେଇ ।1।
ହସ ତୁମ ମଧୁଝରା
ପ୍ରେରଣାର ଉତ୍ସ ହୋଇ
ମିଶି ଯାଏ କ୍ଷଣିକେ ମୋ ଚେତନା ଭିତରେ
କୋଇଲିର କୁହୁତାନ
ପ୍ରାଣୟର ରାଗ ହୋଇ
ଉତ୍ସା ଓ ଉର୍ଜାଭରା
ଦିଏ ଶକ୍ତି ପ୍ରତୀକ୍ଷଣ ଶରୀର ଭିତରେ ।2।
ହସ ତୁମ ପ୍ରୀତିପୂର୍ବା
କ୍ଷଣିକେ କରାଏ ଦୁର
ଆଘାତ ବା ଅବସାଦ ଯେତେ ଦିବସର
ହରିନିଏ ପ୍ରେମ ହୋଇ
ଯନ୍ତ୍ରଣା ଭୁଲାଇ ଦିଏ
ଆଣିଦିଏ ଶରୀରରେ
ମନ ମତୁଆଲା ପୁନଃ ମିଳନର ସ୍ୱର ।3।
ହସ ତୁମ ମନଲୋଭା
ପରକୁ ନିଜର କରେ
ଭୁଲି ପୂର୍ବ ଦ୍ୱେଷ ଅବା ମତ ତିକ୍ତତାକୁ
ପୋଛି ଦିଏ ମତାନ୍ତର
ବନ୍ଧୁତା ବନ୍ଧନ ପୁନଃ
ଟାଣିନିଏ ତା କୋଳରେ,
ଭୁଲିକି ପାରିବି ଚେନାଏ ହସକୁ ।4।