STORYMIRROR

Rabindra Mishra

Romance

3  

Rabindra Mishra

Romance

ଭୁଲିକି ପାରିବି ଚେନାଏ ହସକୁ

ଭୁଲିକି ପାରିବି ଚେନାଏ ହସକୁ

1 min
350

ତୁମ ଗୋଲାପୀ ଓଠରେ

ଚେନାଏ ହସର ପାଖୁଡା

ସଜଫୁଲ ପରି ଝରି ପଡେ ମୋ ପାଇଁ

ମତେ ଲାଗେ ସତେ ଆବା

ଘନ ବାଦଲରେ ବିଜୁଳୀର ଉଜ୍ଜ୍ୱଳ ଚମକ

ସଂଚରି ଯାଏ ଶରୀରରେ ମୋର

ସବୁ ଅଳସକୁ ଦିଏ ଯୋଜନ ଦୁରେଇ ।1।


ହସ ତୁମ ମଧୁଝରା

ପ୍ରେରଣାର ଉତ୍ସ ହୋଇ

ମିଶି ଯାଏ କ୍ଷଣିକେ ମୋ ଚେତନା ଭିତରେ

କୋଇଲିର କୁହୁତାନ

ପ୍ରାଣୟର ରାଗ ହୋଇ

ଉତ୍ସା ଓ ଉର୍ଜାଭରା

ଦିଏ ଶକ୍ତି ପ୍ରତୀକ୍ଷଣ ଶରୀର ଭିତରେ ।2।


ହସ ତୁମ ପ୍ରୀତିପୂର୍ବା

କ୍ଷଣିକେ କରାଏ ଦୁର

ଆଘାତ ବା ଅବସାଦ ଯେତେ ଦିବସର

ହରିନିଏ ପ୍ରେମ ହୋଇ

ଯନ୍ତ୍ରଣା ଭୁଲାଇ ଦିଏ

ଆଣିଦିଏ ଶରୀରରେ

ମନ ମତୁଆଲା ପୁନଃ ମିଳନର ସ୍ୱର ।3।


ହସ ତୁମ ମନଲୋଭା

ପରକୁ ନିଜର କରେ

ଭୁଲି ପୂର୍ବ ଦ୍ୱେଷ ଅବା ମତ ତିକ୍ତତାକୁ

ପୋଛି ଦିଏ ମତାନ୍ତର

ବନ୍ଧୁତା ବନ୍ଧନ ପୁନଃ

ଟାଣିନିଏ ତା କୋଳରେ,

ଭୁଲିକି ପାରିବି ଚେନାଏ ହସକୁ ।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance