STORYMIRROR

Rabindra Mishra

Inspirational

4  

Rabindra Mishra

Inspirational

ସେଇ ଟିକି କଲମର ଗାରେ

ସେଇ ଟିକି କଲମର ଗାରେ

1 min
243

ସବୁକଥା ସବୁବେଳେ କହି ହୁଏ ନାହିଁ

ହୃଦୟର ଭାଷା କିନ୍ତୁ ଝରି ପାରେ ଆବେଗର ସହ

ଛୋଟ ଏକ କଲମ ମୁନରେ

ଯିଏ ଲେଖିଯାଏ ଅବିରତ-ବେଗ ଆଉ ଆବେଗର ଭାଷା

ଭାବ ଆଉ ଭୂମିକାର ରଙ୍ଗ

ସବୁ ସେଇ କଲମ ମୁନରେ ।୧।


ପରାଧୀନ ଶୃଙ୍ଖଳରୁ ପାଇବାକୁ ମୁକ୍ତି

ଅହିଂସା ହେଉ ଅବା ବୀରତ୍ବର ଖଡ଼ଗ ଝଲସାଇ

ସ୍ୱାଧୀନତା ପାଇଁ ସେ ଲଢେଇ

ହୃଦୟରେ ଉନ୍ମାଦନା- ଝଲମଲ ତ୍ରିରଙ୍ଗ ପତାକା

ସ୍ୱାଧୀନ ହୋଇଲେ ଆମେ

ସେଇ ଏକ କଲମ ମୁନରେ ।୨।


କେତେ କୀର୍ତ୍କୀର୍ତ୍ତି-ଗୌରବ କଥା

ଆତ୍ମଦାହ-ବଳିଦାନ, ସବୁ ସେଇ ଇତିହାସ ପୃଷ୍ଠାରେ ସାଇତା

ଜାତି ପାଇଁ ଉତ୍ସ ପ୍ରେରଣାର

ପିଢ଼ି ପରେ ପିଢ଼ି ସେହି ଇତିହାସ

ଅନୁଧ୍ୟାନ କରି ଜାଣେ ସଂସ୍କୃତି ଓ ପରମ୍ପରା ଆମ

ରଚିତ ସେ କଲମ ମୁନରେ ।3।


କ୍ରାନ୍ତି ସେବେ ଲୋଡାହୁଏ

ଖୋଜେ ମନ ଭିନ୍ନ ଏକ ପଥ, ପ୍ରଚଳିତ ରାସ୍ତାରୁ ଓହ୍ଲାଇ

ଜନତାର ସ୍ୱର ଶୁଭେ

ହୃଦୟରେ ଅଗ୍ନିର ସ୍ପୁଲିଙ୍ଗ

ବିରୋଧର ପରିଭାଷା, ହାତରେ ହାତ ମିଳାଇ

ଆସିଛି ଏ କଲମ ମୁନରେ ।4।


ହୃଦୟର ନିଭୃତ କୋଣରେ

ଗାଏ ଯେବେ ଭଲ ପାଇବାର ମଧୁର ଝଙ୍କାର

ପ୍ରେମ ପାଇଁ ପରିଭାଷା

ଭ୍ରମରର ପ୍ରଥମ ଗୁଞ୍ଜନ

ପ୍ରେମିକାର ହୃଦୟରେ ଫୁଲ ହେଇ ଫୁଟିବାକୁ

ଆସିପାରେ କଲମ ମୁନରେ ।5।


କଲମ ବିଜୟୀ ବିର ରହିଯାଏ ନାହିଁ

ଅତୀତରୁ ବର୍ତ୍ତମାନ - ଭବିଷ୍ୟତ ପାଇଁ ଯିଏ ଜାଗ୍ରତ ପ୍ରହରୀ

ଯୁଦ୍ଧ ଅବା ଶାନ୍ତି ହେଉ

ମିଳନ ବା ବିଛେଦର

ସିଏ ଏକା ନିତ୍ୟ-ନୂତନର, ସବୁକିଛି ରହିଯାଏ ସବୁଦିନ

ସେଇ ଏକ କଲମ ଗାରରେ

ସେଇ ଏକ କଲମ ଗାରରେ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational