STORYMIRROR

Rabindra Mishra

Others

3  

Rabindra Mishra

Others

ତୁମକୁ...ବନ୍ଧୁତା ପାଇଁ

ତୁମକୁ...ବନ୍ଧୁତା ପାଇଁ

1 min
392

ପ୍ରଥମ ଦେଖାରେ ଲାଗିଲା ସତେକି

ପାଇଛି ପ୍ରକୃତ ବନ୍ଧୁ,

ପ୍ରାଥନା ମୋହର ବିଶ୍ୱ-ନିଅନ୍ତା ଙ୍କୁ

ସେ ନହେଉ କାକର ବିନ୍ଦୁ।1।

କିସୁନ୍ଦର ଆହା ଉଜ୍ଜ୍ୱଳ-ଉଦିତ

ମନଲୋଭା ତୁମ ହସ

ଚାଲିବାକୁ ମୋତେ ପଥ ଦେଖାଇଛି

ଘନ କାଳିମା ଦିବସେ ।2।

ଦୁଃଖ କୁ ମୋହର ବୁଝୁଥିଲ ସଦା

ନିର୍ଣ୍ଣୟ କରନା କେବେ

ଭବିଷ୍ୟତ ଆଶା ଦେଉଥିଲ କହି

ଚାଲିବାକୁ ହବ ଏବେ ।3।

ପ୍ରତୀକ୍ଷଣ ମୋର ପଚାଆଡ଼େ ସଦା

ରହୁଥିଲ ଛାଇ ହୋଇ

ବାଟ ଭୁଲିଗଲେ ଦେଖାଇଛ ପଥ

ପ୍ରେରଣା-ଭରଷା ଦେଇ ।4।

ଜୀବନଟା ହୁଏ ସରସ-ସୁନ୍ଦର

ନିଜକୁ ଭଲ ପାଇଲେ

ଅସାଧ୍ୟ ସାଧନ ବଡ଼ ନୁହେଁ କିଛି

ମନ ସେଥେରେ ରଖିଲେ। ।5।

ସମୟ ଗତିରେ ଦୁରେଇଛେ ଆମେ

ଆଖିରୁ ଝରିଛି ପାଣି

ବନ୍ଧୁତ୍ୱକୁ ଆମ ପାରିନି ମାରି କେ

ସେ ଦୃଢ଼ ବନ୍ଧନ ବେଣି ।6।

ଏ ପାଖରେ ମୁହିଁ ସେ ପାଖରେ ତୁମେ

କେତେ ଯୋଜନର ଦୂର,

ମନଜିଣା ତୁମ ହସ ସ୍ମୃତି ହୋଇ

ଗାଏ ବଞ୍ଚିବାର ସୁର ।7।

ଅମୂଲ୍ୟ ମୂଲ ସେ ବନ୍ଧୁତା ଆମର

ଆଉ ସବୁ ତୁଛ-ହୀନ

ଚାଲିଛି, ଚାଲିବ ଆଗକୁ ଆଗକୁ

ହୋଇ ସେ ସୀମା-ବିହୀନ ।8।

ତୁମ ପାଇଁ ମୁଁ- ମୋ ପାଇଁ ତୁମେ

ନିହାତି ସ୍ୱତନ୍ତ୍ର ଆମେ

ପ୍ରତିନିଧି ତୁମେ ଭଗବାନଙ୍କର

ବୁଝୁଛି ମୁଁ ମର୍ମେ-ମର୍ମେ ।9।

କୋଟିକେ ଗୋଟିଏ ପୁଣ୍ୟତପ ଥିଲେ

ମିଳଇ ଏମିତି ସାଙ୍ଗ

ହଜାଇ ଦେବାନି ନୁହେଁ କାହା ପାଇଁ

ସ୍ବର୍ଗୀୟ ଏଇ ରଙ୍ଗ ।10।

ଭଲପାଏ ମୁହିଁ ପାଉଥିବି ଭଲ

ଜୀବନର ଶେଷ ଯାଏ

ବନ୍ଧୁତ୍ୱ ଆମର ଚିର ସ୍ମରଣୀୟ

ସେଇ ଏକା ଆମ ଶ୍ରେୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍