STORYMIRROR

Mamatamanjari Das

Romance

3  

Mamatamanjari Das

Romance

କଳ୍ପନା ରେ ମୋ ପ୍ରିୟା

କଳ୍ପନା ରେ ମୋ ପ୍ରିୟା

1 min
339

ତୁମ ଚାହାଣୀରେ ଏତେ ସନ୍ମୋହନ ଯେ

ଥରୁଟିଏ ଚାହିଁଲେ ଇଛା ହୁଏ

ସବୁବେଳ ପାଇଁସେହି ନୀଳ ହରିଣୀ

ଆଖି ଦ୍ୱୟରେ ମିଶି ଯିବା ପାଇଁ ।

ତୁମ କଥାରେ ଏତେ ଆକର୍ଷଣ ଯେ

ଥରୁଟିଏ କଥା ହେଲେ

ବାରମ୍ବାର ଇଛାହୁଏ

ତୁମ ସହ ବାର୍ତ୍ତାଳାପ ରେ ମଜ୍ଜି ଯିବାପାଇଁ ।

ତୁମର ସେ ହରିଣୀ ଚାଲି

ଏତେ ମନମୁଗ୍ଧ କର ଯେ

ଆଖିରେ ମୋ ପଲକ ପଡେନି

ଅପଲକ ନେତ୍ରେ ରହିଥାଏ ଚାହିଁ ।

ହୃଦୟ ଟା ତୁମର ଏତେ କୋମଳ ଯେ

ଥରୁଟିଏ ଗଲେ ତା ମଧ୍ୟକୁ

ମୋ ହୃଦୟରେ ଗୁଞ୍ଜରିତ ହୁଏ ମୃଦୁ ଶିହରଣ

ସେଥିପାଇଁ ବୋଧେ ତୁମ ଅଜଣାତେ

ମୋ ହୃଦୟ କଳ୍ପନା ରାଇଜେ

ମୁଁ ହୋଇଯାଏ ମୋ କଳ୍ପନାରେ

ତୁମର ପ୍ରେମିକ ପ୍ରବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance