ପ୍ରେମିକା
ପ୍ରେମିକା
ପ୍ରେମିକା ମୋହର ଅତି ଫୁଲେଇ ।
ଲାଜକୁଳି ଲତାଠୁ ଅତି ଲାଜେଇ ।।
ପ୍ରେମ ନିବେଦନ କରିଲେ ତାଙ୍କୁ ।
ସରମିଜାଏେ ସେ ମନକୁ ମନ ।।
ପ୍ରେମ ପାଠରେ ସେ ଅଟଇ ଜିରୋ ।
କର୍ମ କରିବାରେ ସେ ଧୂରନ୍ଧର ।।
ପାଠ ପଢିବାରେ ଦିଅଇ ମନ।
ଆଧୁନିକା ହେବାପାଇଁ ମନ ଉଛନ ।।
ରୂପରେ ରୂପଶ୍ରୀ କଥା କୁହନ୍ତି ଥିର ।
ରାଜକୁମାରୀ ପରି ଗଢିଛନ୍ତି ତାଙ୍କୁ ଠାକୁର ।।
ଠକାମି ଭଣ୍ଡାମି ତାଙ୍କୁ ଜଣାନାହିଁ ।
ସତ୍ୟ କହିବାକୁ ନିତି ଭଲ ପାଅଇ ।।
ପ୍ରେମିକା ପଣରେ ସେ ଅଟନ୍ତି ପକା ।
ସଚୋଟ ପଣରେ ସେ ରଖନ୍ତି ଇଛା ।।
ମନ ତାଙ୍କ ଅଟେ ନିର୍ମଳ ପବିତ୍ର ।
ପ୍ରେମିକ ତାଙ୍କ ହୃଦୟରେ ସଦାଉପବିଷ୍ଟ ।।

