ଜଗନ୍ନାଥ ପରା ଜଗତେ ସାର
ଜଗନ୍ନାଥ ପରା ଜଗତେ ସାର
ଖାଦ୍ୟର ଲାଳସା
ମନର ପିପାସା
ଆତ୍ମା ର ଖାଦ୍ୟ ଛାଡ଼ି
ହରେ ରାମ କୃଷ୍ଣ
ଭଜିବୁ କେବେତୁ
ଯିବୁ ଲୋଭ ମୋହ
ମାୟାରେ ପଡି ।
ବେଳ ଥାଉ ମନ
ହୁଅ ସଜାଗ
ନାମ ରସରେ
ତୁ ମନ ନିବେଶ
ହରି ନାମ ରସ
ଜଗତେ ସାର
ଆଉ ସବୁ ତୁଛ
ମିଛ ଅସାର ।।
ସବୁ ଚକ ଚକ ଜିନିଷ
ନୁହଁଇ ସୁନା
ମନ ସ୍ଥିର ଚିତରେ
ଚକା ଆଖିକୁ ଅନା
ବିଷୟ ବାସନା
ମନରୁ ତେଜି
ଭଜନ କୀର୍ତ୍ତନେ
ମନ ନିବେସି
ହରି ନାମ ରସ
ନିତି କର ପାନ
ତେବେ ତୁ ପାଇବୁ
ଜଗନ୍ନାଥ ଦର୍ଶନ ।।।