STORYMIRROR

Shashanka sekhar Ray

Abstract Romance

3  

Shashanka sekhar Ray

Abstract Romance

ଗେହ୍ଲୀ ଭାରିଜା

ଗେହ୍ଲୀ ଭାରିଜା

1 min
315


ସରିଲା ବାହା ଆସିଲା ଭାରିଜା

ପାଇଲି ନୂଆ ନୂଆଫଗୁଣ ମଜା

ବାଉଳି ହୋଇ ଡାକିଲି ବାପାକୁ ଅଜା

ବିନା ଅପରାଧେ ଭୋଗିଲି ସଜା

କାନ୍ଧରେ ପକାଇ ଢୋଲିକି ବାଜା

ଗୀତ ଗାଇ ଶିଖି ଭାବିଲି ରଜା ।୧।


ଯେବେ ତୁମେ ହେଲ ବେକେ ଗୁଡେଇ

ବାଘରୁ ମୁଁ ହେଲି ବିଲେଇ

ମୋ ପରି ରାଗୁଆ ଧାନୁଆଁ ଲଙ୍କାକୁ

ତୁମ ପୀରତି ତେଲରେ ବୁଡାଇ ବୁଡାଇ

ଆଚାର କରି ଖାଇଲ ଆରାମେ ଲୁଣ ମଡାଇ 

ମୋଟା ନିଶ ପେଟ ମୋର ଦେଲ ଝଡାଇ ।୨।


ଲୁଚି ଲୁଚି ପୋଛେ ରୁମାଲେ ଲୁହ

ସାଙ୍ଗ ମେଳେ କହିପାରେନା କୋହ

ବାହାରକୁ ସିନା ଦିଶେ ମୁଁ ସିଂହ

ଘରେ ଡରୁଥାଏ ଦେଖି ଦେବୀଙ୍କ ମୁଁହ

ରାତିରେ ବାସ ତୁମେ ଭାରି ମହମହ

ଛାଡନି ବାହାରକୁ କି କାମ ଅଛି ସକାଳୁ ଆଗ କୁହ । ୩।


ଅଜଣା ତରୁଣୀର ଫୋନ ଉଠିଲେ ବାଜି

କିଏ କାହିଁକି କରୁଛି ନିଦ ଯାଏ ହଜି

କପାଳେ ଆବୁଟିଏ ଥୋଇ ଚଣ୍ଡୀରୂପ ସାଜି

ତକିଆଟା ଗୋଟାପୁଣି ଯାଏ ଭିଜି

ପାଇବନି ଆଉ ମୋତେ ହେଉଥିବ ଖୋଜି 

ବାହାବେଳେ କାହିଁ ମୁଁ ହେଲିନି ଅରାଜି ।୪।


କି କହିବି ମୁଁ ମୋ ଗେହ୍ଲୀ ଭାରିଜାର ଗୁଣ

ଶୁଝିପାରିବିନି ଏ ଜନମରେ ତାର ପୀରତିର ଋଣ ।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract