Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Romance

5.0  

Bauribandhu Lenka

Romance

ମୁଁ ତୁମର ତୁମେ ମୋର

ମୁଁ ତୁମର ତୁମେ ମୋର

1 min
467


 ମୁଁ ତୁମର ତୁମେ ମୋର

  =============

ପ୍ରୀତି ପଥ ବଡ  ଖସଡା ସଜନୀ

   ଥରେ ଗୋଡ ଖସିଗଲେ

ନିନ୍ଦା ଅପବାଦ  ସହିବାକୁ ପଡେ

  ଜାଣିଥା ଏହା ତୁ ଭଲେ ॥


ପ୍ରେମ ତ କରୁଛ କାହାକୁ ଡରୁଛ

   ଡରିଗଲେ ଯିବ ମରି

ପ୍ରେମରେ ପଡିଲେ ଡର ଭୟ ସବୁ

  ଛାଡିବାକୁ ହୁଏ ଗୋରୀ ॥


ହୃଦୟ ଦେଇଛ ମୋ ପ୍ରେମେ ପଡିଛ

   ଜାଣେ ମୁଁ ତୁମର ମନ

ଜୀବନର ପଥେ  ରହିବି ମୁଁ ସାଥେ

    ପ୍ରତିଦିନ ପ୍ରତିକ୍ଷଣ ॥


ନିରବେ ବସିଛ  କିମ୍ପାଇ ଗୋ ପ୍ରିୟା

     ବିରସ ମନରେ ଆଜ

ମୋ ପାଖରେ ଖୋଲି କହିବାକୁ କିଆଁ

    କରୁଅଛ ଆଜି ଲାଜ ॥


ତୁମେ ଇଚ୍ଛା କଲେ ତୋଳି ଆଣିଦେବି

    ଆକାଶରୁ ଚାନ୍ଦ ତାରା

ଭରି ଦେବି ତୁମ   ଅଞ୍ଜଳିରେ ପ୍ରିୟା

   ସୁନା ରୂପା ମୋତି ହୀରା ॥


ଜହ୍ନରୁ ଆଣିବି ଜୋଛନା ଗୋ ପ୍ରିୟେ

     ତୁମ ମୁଖ ଚନ୍ଦ୍ର ପାଇଁ

ଫୁଲରୁ ସୁଗନ୍ଧ   ଆଣି ତୁମ ଅଙ୍ଗେ 

   ଦେବି ସରାଗେ ଲଗାଇ ॥


କୋଇଲିଠୁ ନେବି କଳା ରଙ୍ଗ ପ୍ରିୟେ

    ରଙ୍ଗାଇବି ତୁମ କେଶ

ମୟୂରର ମନ    ନେଇ ନିଶି ଦିନ

    ରହିଥିବି ତୁମ ପାଶ ॥


ସଜଳ ଜଳଦ    କଜ୍ଜଳ ରଙ୍ଗରେ

   ନୟନ ଦେବି ସଜେଇ

ବଧୁଲି ଅଧର    ଧାରେ ତୁମ ହସ

   ଝରୁଥିବ ମୁକ୍ତା ହୋଇ ॥


ତୁମ ପାଇଁ ପ୍ରିୟା   ଆକାଶ ପାତାଳ

     ସପ୍ତତଳ ଏକାକାର

କରିପାରେ ଯଦି    କହିଦିଅ ଥରେ

   "ମୁଁ ତୁମର ତୁମେ ମୋର" ॥



Rate this content
Log in

Similar oriya poem from Romance