STORYMIRROR

ସନାତନ ଦାସ

Romance

3  

ସନାତନ ଦାସ

Romance

ମୋ ପ୍ରେମିକା

ମୋ ପ୍ରେମିକା

1 min
352

ଟିକିଏ ହସ ରେ ଭାରି ଭଲ ଲାଗେ

ମୋ ପ୍ରେମିକାର ଓଠ,

ମୋତି ଝରିପଡେ ସେ ସ୍ମିତ ହସରେ

ମୋ ପାପୁଲିର ଅଞ୍ଜୁଳିରେ...।।


ଭାଇ ଅଭିମାନୀ ପ୍ରେମିକା ମୋର,

ମିଛ ରାଗରେ ମୁହଁ ମୋଡିଦିଏ,

ଦୂରେଇ ଯାଇ ଛିଡ଼ା ହୁଏ,

ମୋ ଠାରୁ ମୁହଁ ଫୁଲେଇ...।।


କେତେବେଳେ ଅଜସ୍ର ଭଲ ପାଇବା

ଅଜାଡ଼ି ଦିଏ ମୋ ଉପରେ,

ମୋତେ ବାହୁ ବନ୍ଧନେ ନେଇ,

ଆଖିରୁ ଲୁହ ଝରେଇ , 

ଝରା ଶ୍ରାବଣୀ ହୋଇ ମୋ ପ୍ରେମିକା..


ମରୀଚିକା ରେ ଝର

ନିଦାଘ ରେ ଶୀତଳ ପବନ,

ଶୀତରେ ଉଷୁମ ହାତର ପରଶ,

ବସନ୍ତରେ ଦଲକାଏ ମିଠା ପବନ


ମୋ ପ୍ରେମିକା ମୋ ପାଇଁ

ମୋ ମନ ରାଇଜର 

ସତ ସିନ୍ଦୁକ ଫରୁଆର

ବୁଲବୁଲ ପ୍ରଜାପତିଟିଏ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance