STORYMIRROR

Suchismita Behera

Action Fantasy Inspirational

3  

Suchismita Behera

Action Fantasy Inspirational

ଚାଳକ

ଚାଳକ

1 min
158

ସଡକରେ ଏକ ଗାଡି ଧରି

ନିଜ ରାସ୍ତାରେ ବାଟ କାଢି

ମାଡି ଚାଲେ ସେ ଏକ ନିର୍ଧାରିତ ପଥ

ମିଟାଇ ଦିଏ ସେ କେତେ ଦୂରତ୍ବ ।


ସହର ଭିତରେ, ଭିଡ ଜନତା ମଧ୍ଯରେ

କେବେ ପାଖ କେବେ ଦୂର ଭ୍ରମଣ

ଟିକେ ରହି ପୁଣି ବେଗେ ବଢି ଚାଲେ

ମନେରଖି ସବୁ ନିତୀନିୟମ ।।


ବାହନ ସାଜି ହୁଏ ସେ ଜୀବନର ଅଂଶ

ରହେ ପାଖେ ଅନିବାର୍ଯ୍ୟତା ସଦୃଶ

ସାଜେ ସେ ମଣିଷର ଏକ ସୁନ୍ଦର ସାଥୀ

ଧୀରେ ଧୀରେ ଦେଉଥାଏ ଅବିସ୍ମରଣୀୟ ସ୍ମୃତି ।।


ସେହି ମଣିଷ ପୁଣି ଅନ୍ୟ ରୂପରେ

ଉତ୍ସାହୀ ହୋଇ ଏକ ଗମ୍ଭୀର ବେଶରେ

ନିଜ ଗନ୍ତବ୍ୟ ଆଡକୁ ଯାଏ ସମୟ ସୀମାରେ

ଆଧୁନିକ ଯାନର ସାହାଯ୍ଯ ବଳରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action