ଚାଳକ
ଚାଳକ
ସଡକରେ ଏକ ଗାଡି ଧରି
ନିଜ ରାସ୍ତାରେ ବାଟ କାଢି
ମାଡି ଚାଲେ ସେ ଏକ ନିର୍ଧାରିତ ପଥ
ମିଟାଇ ଦିଏ ସେ କେତେ ଦୂରତ୍ବ ।
ସହର ଭିତରେ, ଭିଡ ଜନତା ମଧ୍ଯରେ
କେବେ ପାଖ କେବେ ଦୂର ଭ୍ରମଣ
ଟିକେ ରହି ପୁଣି ବେଗେ ବଢି ଚାଲେ
ମନେରଖି ସବୁ ନିତୀନିୟମ ।।
ବାହନ ସାଜି ହୁଏ ସେ ଜୀବନର ଅଂଶ
ରହେ ପାଖେ ଅନିବାର୍ଯ୍ୟତା ସଦୃଶ
ସାଜେ ସେ ମଣିଷର ଏକ ସୁନ୍ଦର ସାଥୀ
ଧୀରେ ଧୀରେ ଦେଉଥାଏ ଅବିସ୍ମରଣୀୟ ସ୍ମୃତି ।।
ସେହି ମଣିଷ ପୁଣି ଅନ୍ୟ ରୂପରେ
ଉତ୍ସାହୀ ହୋଇ ଏକ ଗମ୍ଭୀର ବେଶରେ
ନିଜ ଗନ୍ତବ୍ୟ ଆଡକୁ ଯାଏ ସମୟ ସୀମାରେ
ଆଧୁନିକ ଯାନର ସାହାଯ୍ଯ ବଳରେ ।।
