ସଜ ସକାଳ
ସଜ ସକାଳ
ସଜ ସକାଳର ସୁନେଲି କିରଣେ
ଦୁଇ ମିତ ଭେଟ ହେଲେ
ବିରସ ମନରେ ମାଟି ନନ୍ଦ କୁଆ
ଗରାକୁ କୁଣ୍ଢାଇ ଥିଲେ।
ତୋର ମୋର ଆଉ ପୁରୁବ ଭଳିଆ
ହେଉ ନାହିଁ ଦେଖା ଦେଖି
ଆମ ଦିନ କାଳ ସରିଗଲା ମିତ
କପାଳ ଦେଲାକି ଲେଖି।
ଅସଲ କଥା ଟି କହିଲୋ ଗୋ ମିତ
ଭାବୁଛି ପୁରୁଣା କଥା
ସୁବିଧା ପାଇଁ କି ଭୁଲି ଗଲେ ସର୍ବେ
ଏ ଆମ ଜୀବନ ଗାଥା।
ବିଜୁଳିର କାମ ଯେ ଦିନ ସରିବ
ଗରାର ଓଜନ ଭୁଲି
କୂଅ ଜଳ ପିଇ ସନ୍ତୋଷ ଲଭିବେ
ଢାଙ୍କୁଣି ଟା ଯିବ ଖୋଲି।
ଖୁସିରେ ସେଦିନ ନାଚି ଯିବା ମିତ
ଗରାରେ ଜଳକୁ ଭରି
ଯେତେ ଆଣୁଥିବ ସେତେ ଝରୁଥିବ
କେବେ ନ ଯିବ ଟି ସରି।
