STORYMIRROR

Sandhyarani dash

Fantasy

3  

Sandhyarani dash

Fantasy

ସଜ ସକାଳ

ସଜ ସକାଳ

1 min
173


ସଜ ସକାଳର ସୁନେଲି କିରଣେ

ଦୁଇ ମିତ ଭେଟ ହେଲେ

ବିରସ ମନରେ ମାଟି ନନ୍ଦ କୁଆ

ଗରାକୁ କୁଣ୍ଢାଇ ଥିଲେ।


ତୋର ମୋର ଆଉ ପୁରୁବ ଭଳିଆ

ହେଉ ନାହିଁ ଦେଖା ଦେଖି

ଆମ ଦିନ କାଳ ସରିଗଲା ମିତ

କପାଳ ଦେଲାକି ଲେଖି।


ଅସଲ କଥା ଟି କହିଲୋ ଗୋ ମିତ

ଭାବୁଛି ପୁରୁଣା କଥା

ସୁବିଧା ପାଇଁ କି ଭୁଲି ଗଲେ ସର୍ବେ

ଏ ଆମ ଜୀବନ ଗାଥା।


ବିଜୁଳିର କାମ ଯେ ଦିନ ସରିବ

ଗରାର ଓଜନ ଭୁଲି

କୂଅ ଜଳ ପିଇ ସନ୍ତୋଷ ଲଭିବେ

ଢାଙ୍କୁଣି ଟା ଯିବ ଖୋଲି।


ଖୁସିରେ ସେଦିନ ନାଚି ଯିବା ମିତ

ଗରାରେ ଜଳକୁ ଭରି

ଯେତେ ଆଣୁଥିବ ସେତେ ଝରୁଥିବ

କେବେ ନ ଯିବ ଟି ସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy