STORYMIRROR

Subhalaxmi Nayak

Children Stories Fantasy

3  

Subhalaxmi Nayak

Children Stories Fantasy

ଜିନି

ଜିନି

1 min
190

ସମୁଦ୍ର କୂଳରେ ବସି ଗରିବ ପିଲାଟି

ଭାବୁଥାଏ ଅନାଇ ଆକାଶକୁ 

ମିଳନ୍ତା କି ମୋତେ ଗୋଟିଏ ଚମତ୍କାରି କମଣ୍ଡଳୁ

ଚାଲି ଯାଆନ୍ତା କି ମୋର ଦୁଃଖ ସବୁ।


ବାଲିରେ ଗଢ଼ୁ ଗଢ଼ୁ ସ୍ୱପ୍ନର ରାଜନଅର

ବାଜିଲା ହାତରେ ଏକ ଜିନିଷ ଅଦ୍ଭୁତ ପ୍ରକାର

ହାତ ବାଜୁ ବାଜୁ ଧୂଆଁ ଧୂଆଁ ହୋଇଗଲା ଚାରିଆଡ଼

ନୀଳ ବର୍ଣ୍ଣ ମଣିଷଟିଏ ହେଲା ସେଥିରୁ ବାହାର।


ପଚାରିଲା ମାଲିକେ ଆଜ୍ଞା ଦିଅ ଏବେ

ମନ ଖୋଲି କୁହ ତୁମକୁ କ'ଣ ଦରକାର

ଗରିବ ପିଲାଟି ହଡ଼ବଡ଼େଇ ଯାଇ

କହିଲା ତୁ କିଏ ରେ ଭାଇ

କୋଉଠୁ ଆସିଛୁ ଏମିତି ଦିଶୁଛୁ ଅଦ୍ଭୁତ ପ୍ରକାର।


ନୀଳବର୍ଣ୍ଣ ଲୋକ କହେ ମୁଁ ହେଲି ଜିନି

ତୁମେ ମୋ ମାଲିକ ମୁଁ ତୁମ ଆଜ୍ଞାଧୀନ

ତୁମ ଅର୍ଦ୍ଦଳି ମୁଁ ଅଟଇ ଆଜିଠାରୁ

ଯେମିତି ଚାହିଁବ ସେମିତି କରିବି ମାଲିକେ

କେବଳ ହିଁ କେବଳ ତୁମ ଆଜ୍ଞା ଘେନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍