STORYMIRROR

Debadatta Jena

Romance

3  

Debadatta Jena

Romance

ଖାସ, ତୋ ପାଇଁ..

ଖାସ, ତୋ ପାଇଁ..

1 min
249


ଖାସ, ତୋ ପାଇଁ..

ଏ ଝିଲମିଲ ତାରା,

ଚିକ ମିକ ଜହ୍ନ,

ଖିଲ ଖିଲ ହସ,

ରିମ ଝିମ ପାହାନ୍ତି ପହର..!

ହୁଏ ସରଗଠୁଁ ବି ସୁନ୍ଦର..!!

ଆଞ୍ଜୁଳାଏ ଖୁସି,

ଝରା ଶ୍ରାବଣ,

ଛାଇ ଆଲୁଅ,

ସୁନେଲି ରଂଗର ଆକାଶ..!

ଇଏ ବି ତ ଢେର ସୁନ୍ଦର..!!

ଅମାନିଆ ଢେଉ,

ପ୍ରଜାପତି ମନ,

ସଜ ସପନ,

ହସକୁରି ଚଇତି ପବନ..!

ଟିକେ ଖରା,

ନରମ ଛାଇ,

ଗହଳ ନିଦ,ଚୋରା ବସନ୍ତ..!

ଲାଗେ ସୁନ୍ଦର,ଜନ୍ମ ଜନ୍ମର..!!

ବହଳେ ସୁଖ,

ସାତ ସପନ,

ସଂଜ ସକାଳ,

ଗହନ ବନ, ରେଶମୀ ମନ..!

ସୁନ୍ଦର,ଏ ତ ଜନ୍ମ ଜନ୍ମାନ୍ତର..!!

ପୁନେଇଁ ଜହ୍ନ,

ଫୁଲେଇ କଇଁ,

କଅଁଳ କାକର

ସବୁଜ ଭୂଇଁ,ସବୁ ତୋ ପାଇଁ.!

ଛନ୍ଦ ଯୁକ୍ତ, ଛନ୍ଦୋବଦ୍ଧ ହୋଇ,

ଆଉ କଣ ଲୋଡ଼ା ଯେ..?

ହେଲେ, ମୋ ପାଇଁ..??

ସୂକ୍ଷ୍ମ ସାରାଂଶ, ସ୍ଥୂଳ ଭଗ୍ନାଂଶ..!

କ୍ଷଣ ସର୍ବସ୍ୱ,କ୍ଷତାକ୍ତ ଅକ୍ଷାଂଶ..!!

ଦ୍ରାଘିମା..!ଯୋଜନ ଯୋଜନ,

ଅସରା ବାଟ,ଧୂମାଭ୍ର ଜୀବନ,

ତୁ' ନଥିଲେ,ଲାଗେ ଛନ୍ଦହୀନ,

ନିଷ୍ପ୍ରଭ, ନିଃଶ୍ଚିହ୍ନ ଏଇ ଆକାଶ,

କିଛି ପ୍ରଶ୍ନ ଚିହ୍ନ, ଆଉ ମୁଁ..!!!

  ଇନ୍ଦ୍ରଧନୁର ରଂଗ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance