STORYMIRROR

Niranjan Sahu

Romance

3  

Niranjan Sahu

Romance

ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ

1 min
260

ମଜାରେ ଲେଖିଦେଲି......


ଡ଼ଉଲ ଡାଉଲ ମୁହଁଟି ତୋର ଲୋ

ଚମ୍ପା ଫୁଲ ପରି ରଙ୍ଗ

କେଉଁ ବିନ୍ଧାଣି ଗଢିଲା ତୋତେ ଲୋ

ମନ ମତାଣିଆ ଢଙ୍ଗ,,


ଆଖି ଦୁଇ ତୋର ମୃଗ ନୟନି ଲୋ

ଓଠଟି ପରାଜାପତି

ଚାହାଁଣି ତୋହର ଲାଜୁଆ ଲାଜୁଆ

ବିଦାରି ଦେଉଛି ଛାତି,


କେଶ ତୋହର ପଳାଶ ଫୁଲ ଲୋ

ମୁହଁ ତୋର ସୂର୍ଯ୍ୟମୁଖୀ 

ଦନ୍ତମୟ ତୋର ଚିକିମିକି କରେ

ମୁକ୍ତା ଯାଇଛି କି ଲାଖି


କାନରେ ଝୁମୁକା ରିମିଝିମ କରେ

ଓଠ ନାଲି ନାଲି ଦିଶେ

ଆଖିର କଜଳ ଆଖିର ଭୃଲତା

ଝଲ ମଲ କରି ଦିଶେ,,


ଯୌବନ ତୋର ଉଛୁଳି ପଡୁଛି

ସତେକି ଢେଉ ଆସିବ

ତୋତେ ଦେଖିଦେଲେ ପିଲା ଠାରୁ ବୁଢ଼ା

ନିଶା ରେ ପାଗଳ ହେବ,


ଜୀବନର ସାଥି ଯିଏ ତୋର ହେବ

ଲକ୍ଷେ ଦୀପ ଜାଳିଥିବ

ତାହାର ଜୀବନ ପ୍ରେମମୟ ହେବ

ସୁଖରେ ଦିନ କଟିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance