Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Classics Inspirational

4.0  

Debadatta Jena

Romance Classics Inspirational

ସ୍ମୃତିରେ

ସ୍ମୃତିରେ

1 min
208



ଜୀବନର ଆଉ ଏକ ପାଦ ଆଗକୁ

ଖରା ଆସିଲେ ଆସୁ

ଲାଗେ ଛାଇ ପରି କୋମଳ,

ଝଡ଼ ଆସିଲେ ଆସୁ

ଲାଗେ ବର୍ଷା ଠାରୁ ବି ଶୀତଳ

ଥିଲେ ଦୁହେଁ ସାଥିରେ,

କେବେ ଅଙ୍ଗନରେ, ତୁମ ପଣତରେ ।

ସମ୍ପର୍କର ଆଉ ଏକ ଫର୍ଦ ଆଗକୁ

ଲୁହ ଆସିଲେ ଆସେ, ଯାଏ

ଝରି ଯାଏ ମୁକ୍ତା ହୋଇ,

ମନ ନ ମାନିଲେ ହଜେ, ନରମି ଯାଏ

ଜିତେ, ଜିତି ପୁଣି ହାରେ,

ହାର୍ର ରେ ଥାଏ ତ ପ୍ରେମ

ସେ ନିଆରା ଯତ୍ନରେ, ଆମ ସୋହାଗ ସ୍ବପ୍ନରେ ।

ବିଶ୍ୱାସର ଆଉ ଏକ ଅର୍ଘ୍ୟ କାଲିକୁ

ଯୋଡ଼େ, ପୂର୍ଣ୍ଣ ହୁଏ...

ପ୍ରୀତି ପ୍ରତିଶୃତିରେ

ଏ ମନ ପବନରେ, ସେ ଫୁଲ ଫଗୁଣରେ

ସ୍ମୃତି ଯେ ଆଙ୍କି ହୁଏ

ତୁମ ସିନଥି ସିନ୍ଦୁରରେ

ଏ ଭରା ବସନ୍ତରେ, ସେ ସାରା ଶ୍ରାବଣରେ ।


Rate this content
Log in

Similar oriya poem from Romance